ନୂଆଦିଲ୍ଲୀ: ଗମ୍ଭୀର ହେଲାଣି ଦିଲ୍ଲୀ ବାୟୁ ପ୍ରଦୂଷଣ। ରାଜଧାନୀବାସଙ୍କୁ ନାକେଦମ୍ କଲାଣି ପ୍ରଦୂଷଣ। ଯେମିତି ପଦକ୍ଷେପ ନେଲେ ବି ପରିସ୍ଥିତିରେ ସୁଧାର ଆସୁନି। ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ବୃଦ୍ଧି ପାଇବାରେ ଲାଗିଛି। ଏଣିକି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ହ୍ୱିପ୍ ଜାରି କରିଛି PMO। ପ୍ରଦୂଷଣ ସୃଷ୍ଟି କରୁଥିବା ଯାନବାହନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପଦକ୍ଷେପ ନେଇଛି। ଦିଲ୍ଲୀରେ ପ୍ରଦୂଷଣ ସୃଷ୍ଟିକାରୀ ଯାନବାହନକୁ ବନ୍ଦ କରି ଇଭି ଚଳାଚଳକୁ ଗୁରୁତ୍ବ ଦେଇଛି PMO ।
ଦିଲ୍ଲୀ NCRରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ଦ୍ୱିତୀୟ ସପ୍ତାହ ପାଇଁ “ଅତ୍ୟନ୍ତ ଖରାପ” ରହିଥିବାରୁ, କିଛି ଅଞ୍ଚଳରେ “ଗମ୍ଭୀର” ସ୍ତର ମଧ୍ୟ ରେକର୍ଡ ହୋଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଠର କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଛି।
ଦିଲ୍ଲୀ-NCRରେ ପ୍ରଦୂଷଣ ସୃଷ୍ଟିକାରୀ କୌଣସି ବି ଯାନ ଦୃଷ୍ଟିଗୋଚର ହେଲେ ସଙ୍ଗେ ସଙ୍ଗେ ଏହାକୁ ବ୍ୟାନ କରିବାକୁ ନିର୍ଦ୍ଦେଶ ରହିଛି। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିର୍ଦ୍ଦେଶାବଳି ପାରିତ ହୋଇଛି। ବୈଠକରେ ଦିଲ୍ଲୀରେ ପ୍ରଦୂଷଣ ଅତ୍ୟନ୍ତ ନିମ୍ନଗାମୀ ହେଉଥିବା ରିପୋର୍ଟ ଉପସ୍ଥାପନା କରାଯାଇଥିଲା । ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ନିମ୍ନମାନର ରେକର୍ଡ ହୋଇଥିବା ବୈଠକରେ ପ୍ରକାଶ ପାଇଥିଲା । ଏଣୁ ଦିଲ୍ଲୀରେ ଇଲେକ୍ଟ୍ରି ଭେଇକିଲ ଯାନବାହନ ଚଳାଚଳକୁ ଜୋରଦାର କରିବାକୁ ପିଏମଓ ପକ୍ଷରୁ ଆହ୍ବାନ ଦିଆଯାଇଛି । PMO ନିଜେ ଏହାର ତଦାରଖ ଦାୟିତ୍ବ ନେବ ବୋଲି ଜଣାପଡ଼ିଛି ।
Comments are closed.