Latest Odisha News

BREAKING NEWS

କବି ଶତ୍ରୁଘ୍ନ ପାଣ୍ଡବଙ୍କୁ ମିଳିଲା ସମ୍ମାନଜନକ ‘ଶାରଳା ପୁରସ୍କାର’

ଭୁବନେଶ୍ୱର: ସାରସ୍ୱତ ସାଧକ ତଥା କବି ଶତ୍ରୁଘ୍ନ ପାଣ୍ଡବ ତାଙ୍କର କବିତା ସଂକଳନ ‘ମିଶ୍ର ଧ୍ରୁପଦ’ ଲାଗି ୨୦୧୮ ମସିହାର ୩୯ତମ ସମ୍ମାନଜନକ ଶାରଳା ପୁରସ୍କାର ପାଇ ସମ୍ମାନିତ ହୋଇଛନ୍ତି ।

ଶୁକ୍ରବାର ଦିନ ଭୁବନେଶ୍ୱରଠାରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ କବି ଶତ୍ରୁଘ୍ନ ପାଣ୍ଡବ ଇମ୍ଫା ସଂସ୍ଥାର ଚ୍ୟାରିଟେବୁଲ ଟ୍ରଷ୍ଟ ଇମ୍ପାକ୍ଟ ଦ୍ୱାରା ସମ୍ମାନୀତ ହେବାସହିତ ତାଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଏବଂ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ଏହା ବ୍ୟତୀତ ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କୁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ଏବଂ ବିଶିଷ୍ଟ ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କୁ ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ରେ ସମ୍ମାନିତ କରାଯାଇଛି । ସମ୍ମାନିତ ହୋଇଥିବା ଏହି ଦୁଇଜଣ କଳାକାରଙ୍କୁ ନଗଦ ୧ଲକ୍ଷ ୫୦ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିଛି ।

କାଳଜୟୀ ସାହିତ୍ୟ ଏବଂ ଉତ୍କୃଷ୍ଟ କଳା କ୍ଷେତ୍ରରେ ସାଧନା ଓ ଅବଦାନ ଲାଗି ୧୯୭୯ ମସିହାରୁ ଇଣ୍ଡିଆନ ମେଟାଲସ୍ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ଏହି ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପ୍ରଦାନ କରାଯାଇଆସୁଛି ।

Leave A Reply

Your email address will not be published.