Latest Odisha News

BREAKING NEWS

ଶିକ୍ଷାବିତ୍ ସୂର୍ଯ୍ୟକାନ୍ତ ଦାସଙ୍କ ତୈଳଚିତ୍ର ଉନ୍ମୋଚନ

କଟକ: ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନରେ ଶିକ୍ଷାବିତ୍ ସୂର୍ଯ୍ୟକାନ୍ତ ଦାସଙ୍କ ତୈଳଚିତ୍ର ଉନ୍ମୋଚନ ହୋଇଯାଇଛି । ଉତ୍କଳ ସାହିତ୍ୟ ସମାଜର ଉପସଭାପତି ମନୋଜ ପଟ୍ଟନାୟକଙ୍କ ପୌରାହିତ୍ୟରେ ଶିକ୍ଷାବିତ୍ ପ୍ରଫେସର ପ୍ରଭାତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସୂର୍ଯ୍ୟକାନ୍ତଙ୍କ ସ୍ମୃତିଚାରଣ କରିଥିଲେ ।

କଥାଶିଳ୍ପୀ ତଥା ସାହିତ୍ୟ ଏକାଦେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡ. ଗୌରହରି ଦାସ ମୁଖ୍ୟ ବକ୍ତା ଭାବେ ସୂର୍ଯ୍ୟକାନ୍ତ ଦାସଙ୍କ ଅସାଧାରଣ ମେଧା ଓ ପ୍ରତିଭାର ବିଭିନ୍ନ ଦିଗ ଉପରେ ସାରଗର୍ଭକ ବକ୍ତବ୍ୟ ଦେଇଥିଲେ । ସାହିତ୍ୟିକ ତଥା ପ୍ରାକ୍ତନ ମୁଖ୍ୟ ଆୟକର ଆୟୁକ୍ତ ଶରତ କୁମାର ଦାଶ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ସୂର୍ଯ୍ୟକାନ୍ତଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ କହିଥିଲେ ।

ସମ୍ମାନନୀୟ ବକ୍ତା ଭାବେ ଯୋଗ ଦେଇ ଉତ୍କଳ ସାହିତ୍ୟ ସମାଜର ସରୋଜିନୀ ମିଶ୍ର କହିଥିଲେ, ଶ୍ରୀ ଦାସଙ୍କ ଜୀବନକୁ ଅନୁସରଣ କରି ପରପିଢ଼ି ସମାଜକୁ ସରସ, ସୁନ୍ଦର ଓ ସମୃଦ୍ଧ କରି ଗଢ଼ି ତୋଳିବାରେ ସମର୍ଥ ହୋଇ ପାରିବ ।

Leave A Reply

Your email address will not be published.