Latest Odisha News

[ଦେଖନ୍ତୁ ଭିଡିଓ] ଆତଙ୍କ ଖେଳାଇଥିଲେ, ଏବେ ହାତ ଯୋଡ଼ୁଛନ୍ତି

ଭୁବନେଶ୍ୱର: ଆତଙ୍କ ଖେଳାଇଥିଲେ, ଏବେ ହାତ ଯୋଡ଼ୁଛନ୍ତି । ସୋମବାର ସନ୍ଧ୍ୟାରେ ଏହି ୪ ଅଭିଯୁକ୍ତ ଖଣ୍ଡଗିରି ଥାନା ଡେଲଟା ଛକରେ ଆତଙ୍କ ଖେଳାଇଥିଲେ । ଟଙ୍କା ଦେଣନେଣକୁ ନେଇ ପତିଆରା ଦେଖାଇବାକୁ ଯାଇ ଜାଳି ଦେଇଥିଲେ ସ୍କର୍ପିଓ । ଆଜି ସକାଳୁ ପୋଲିସ ୪ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ ଆଡ୍ଡାରେ ବୁଲିଛି ବୁଲଡୋଜର ।

ଗାଡ଼ି ଡ୍ରାଇଭର ବିଶ୍ୱଜିତ୍ ରାଉତ ଓରଫ ବାପି, ଫାଷ୍ଟଫୁଡ ଦୋକାନୀ ସୁଶୀଲ ରାଉତ ସହ ତାର ଦୁଇ ସହଯୋଗୀ ସୁଧିର ବାରିକ ଓ ରାଜୁ ପ୍ରଧାନକୁ ପୋଲିସ ଗିରଫ କରିଛି । ପୋଲିସ ସୂଚନା ଅନୁସାରେ, ବେଆଇନ୍ ଭାବେ ସରକାରୀ ସ୍ଥାନରେ ସୁଶୀଲର ଫାଷ୍ଟଫୁଡ୍ ଦୋକାନ ଥିବାବେଳେ ଖଟି ଜମୁଥିଲା । ସୋମବାର ସନ୍ଧ୍ୟାରେ ଟଙ୍କା ଦେଣନେଣକୁ ନେଇ ୪ ଜଣ ସ୍କର୍ପିଓ ଜାଳି ଦେଇଥିଲେ ।

ସରକାରୀ ଜାଗାରେ ଅପରାଧିକ କାର୍ଯ୍ୟକଳାପ ପରେ ଆକ୍ସନ ମୋଡକୁ ଆସିଛି କମିଶନରେଟ୍ ପୋଲିସ । ଅଭିଯୁକ୍ତ ସ୍କର୍ପିଓ ଗାଡ଼ିକୁ ଜାଳିଥିବା ସ୍ଥାନରେ ଥିବା ସବୁ ଦୋକାନ ଜବରଦଖଲରେ ଥିବାରୁ ସେ ସବୁକୁ ବିଏମସି ଉଚ୍ଛେଦ କରିଛି । ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି ଆଡ୍ଡା । ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଥିବା କହିଛନ୍ତି ଭୁବନେଶ୍ୱର ଡିସିପି ।

Leave A Reply

Your email address will not be published.