Latest Odisha News

BREAKING NEWS

ମାଇକ୍ରୋ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟଙ୍କ ଠାରୁ ଲୁଟ ଘଟଣା, ୫ ଅଭିଯୁକ୍ତ ଗିରଫ

ଜଗତସିଂହପୁର :ଚୋରି କରିବା ପଡିଲା ମହଙ୍ଗ। ଗିରଫ ହେଲେ ୫ଜଣ ଅଭିଯୁକ୍ତ ।ମାଇକ୍ରୋ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟଙ୍କ ଠାରୁ ଗାଡି ଡକାୟତି କରିନେଇଥିବା ଘଟଣାରେ ଶନିବାର ଜଗତସିଂହପୁର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ, ନଗଦ ୩୨ ହଜାର ୨୮୦ଟଙ୍କା, ୪ଗୋଟି ମୋବାଇଲ, ଗୋଟିଏ ହୋଣ୍ଡା ସାଇନ ଗାଡ଼ି ଏବଂ ମହିଳା ଏଜେଣ୍ଟ ଜଣଙ୍କ ର ଆକ୍ଟିଭା ଗାଡ଼ି ଟିକୁ ମଧ୍ୟ ଜବତ କରିଛି ପୋଲିସ। ଏନେଇ ସାମ୍ବିଦକ ସମ୍ମିଳନୀରେ ଜଗତସିଂହପୁର ପୋଲିସ ପକ୍ଷରୁ କୁହାଯାଇଛିା

ସୂଚନା ମୁତାବକ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଜଣେ ମହିଳା ଏଜେଣ୍ଟ ଙ୍କ ଠାରୁ କିଛିଦିନ ତଳେ ନିଜ କଲେକ୍ସନ ଟଙ୍କା ଧରି ଫେରୁଥିବା ସମୟରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଓଡ଼ିଶୋ ନିକଟରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ଏକ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ନଗଦ ୬୩,୦୦୦ ଟଙ୍କା ସମେତ ମହିଳାଙ୍କ ଏକ ହୋଣ୍ଡା ଆକ୍ଟିଭା ଗାଡ଼ି କୁ ମଧ୍ୟ ନେଇ ପଳାଇଥିଲେ।ଅଭିଯୋଗକୁ ଭିତ୍ତି କରି ଜଗତସିଂହପୁର ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା । ଆଜି ଅଭିଯୁକ୍ତମାନେ ଧରାପଡିଛନ୍ତି ।

ତେବେ ଏହି ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣ ସ୍ଥାନୀୟ ଓଡ଼ିଶୋ ଗ୍ରାମର ରହିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଭୁବନେଶ୍ୱର ସ୍ଥିତ ଭରତପୁର ଅଞ୍ଚଳରେ ରହୁଥିବାର ପୋଲିସ ସୂଚନା ଦେଇଛି। ତେବେ ଆଜି ଜଗତସିଂହପୁର ଥାନା ଅଧିକାରୀ ଏବଂ ଏସଡ଼ିପିଓ ଏହି ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବେ ବୋଲି କହିଛନ୍ତି ।

Comments are closed.