Latest Odisha News

BREAKING NEWS

ହୋଟେଲ ରୁମରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଟାଉନ ଥାନା ନିକଟରେ ଥିବା କଚେରି ବଜାରରେ ଥିବା ଏକ ହୋଟେଲ ରୁମରୁ ଜଣେ ଯୁବକଙ୍କ ମୃତ ଦେଉ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ନାମ ଅରୁଣ କୁମାର ବୋଲି ଜଣାପଡ଼ିଛି । ତାଙ୍କ ବୟସ ୪୫ ବର୍ଷ ପାଖାପାଖି ହେବ ପୋଲିସ କହିଛି ।

ସୂଚନା ଅନୁସାରେ, ୨୦୨୧ ମସିହା ଅଗଷ୍ଟ ମାସ ୧୭ ତାରିଖରୁ ଅରୁଣ ଏହି ହୋଟେଲର ୧୧୭ ନମ୍ବର ରୁମରେ ରହି ଆସୁଥିଲେ । ସେ କୋଲକାତା କର୍ପୋରେସନରେ ଚାକିରି କରୁଥିଲେ ।

ଶୁକ୍ରବାର ଅପରାହ୍ନ ସମୟରେ ହୋଟେଲ ସୁଇପର ସେହି ରୁମକୁ ଝାଡ଼ୁ ମାରିବା ପାଇଁ ଯାଇ କବାଟ ବାଡେଇଥିଲେ । ହେଲେ ଭିତର ପଟୁ କୌଣସି ଉତ୍ତର ପାଇନଥିଲେ । ସୁଇପର ଜଣକ ଏ ବାବଦରେ ହୋଟେଲ ମ୍ୟାନେଜରକୁ ଜଣାଇଥିଲେ । ମ୍ୟାନେଜର ଘରର ଝରକା ବାଟେ ଯୁବକ ଜଣକଙ୍କ ବେକରେ ଦଉଦି ଲାଗି ଓହଳିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନାହିଁ ପୋଲିସ ତଦନ୍ତ ଜାରି ରଖିଛି ।

Comments are closed, but trackbacks and pingbacks are open.