Latest Odisha News

BREAKING NEWS

ଜଗତସିଂହପୁରରେ ସରଗରମ ହେଲାଣି ରାଜନୀତି

ଜଗତସିଂହପୁର: ସରିଛି ନମିନେସନ୍ । ଆଗକୁ ନିର୍ବାଚନ । ସେଥିପାଇ ପାଇଁ ପ୍ରାର୍ଥୀମାନେ ପ୍ରସ୍ତୁତ । ଏହି ଅବସରରେ ଜଗତସିଂହପୁର ଜିଲ୍ଲାରେ ରାଜନୀତି ସରଗରମ ହେବାରେ ଲାଗିଛି । ମଇଦାନରେ ଜିଲ୍ଲାପରିଷଦ, ସମିତିସଭ୍ୟ, ସରପଞ୍ଚ ପ୍ରାର୍ଥୀମାନେ ବାଜିମାତ୍ କରିବାକୁ ପ୍ରସ୍ତୁତ ହେଲେଣି । କିଏ ଲୋକଙ୍କ ମୌଳିକ ସୁବିଧାକୁ ମୁଦ୍ଦା କଲାଣି ତ କିଏ ସରକାରଙ୍କ ବିରୋଧରେ ବଖାଲିଣା । ସେପଟେ ନିର୍ବାଚନୀ ମଇଦାନରେ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି ।

ଗତକାଲିକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା । ସମସ୍ତ ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ଏହି ଅବସରରେ କରୋନା ଏବେ ସାରା ରାଜ୍ୟରେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏଥିପାଇଁ କୋଭିଡ ଗାଇଡଲାଇନ ସହିତ ନିର୍ବାଚନ ପ୍ରଚାର ପ୍ରସାର ପାଇଁ ସୋସିଆଲ ମିଡ଼ିଆକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ତିର୍ତ୍ତେଲ ବିଧାୟକ ।

ଶାସକ ଦଳ ବିଜେଡିର ଟିକେଟକୁ ଆଶା ରଖି ବିଫଳ ହେବା ପରେ ଆଶାୟୀମାନେ ନିଜ ସମର୍ଥକଙ୍କ ସହଯୋଗରେ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଜଗତସିଂହପୁର ଜିଲ୍ଲାରେ ବିଜେଡି, ବିଜେପି ଓ କଂଗ୍ରେସ ଦେଇଥିବା ପ୍ରାର୍ଥୀମାନେ ବିଜୟର ଧ୍ୱଜା ଅଧିକାର କରିବେ ନା ସ୍ୱାଧୀନ ଭାବେ ଛିଡା ହୋଇଥିବା ପ୍ରାର୍ଥମାନେ ବାଜିମାତ୍ କରିବେ ।

Comments are closed, but trackbacks and pingbacks are open.