ପୁରୀ: ରଥଯାତ୍ରାକୁ ନେଇ ଡିଜିଙ୍କ ଅଧ୍ୟକ୍ଷତାରେ ଶେଷ ହେଲା ପୋଲିସ ବ୍ରିଫିଙ୍ଗ । ପୋଲିସ ତରଫରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । ୮ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରିଛି ପୋଲିସ୍ । ଟ୍ରାଫିକ୍, ମନ୍ଦିର ଇନର୍, ଇନର୍ କର୍ଡ଼ନ, କ୍ରାଉଡ କଣ୍ଟ୍ରୋଲକୁ ନେଇ ହୋଇଛି ବ୍ୟବସ୍ଥା । ନୂଆକରି ଇଣ୍ଟେଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି । ୨୭୫ଟି AI ସିସିଟିଭି କ୍ୟାମେରା ନଜରରେ ରହିଛି ଶ୍ରୀକ୍ଷେତ୍ର । ଉତ୍ତରାରୁ ପୁରୀ, ପୁରୀରୁ କୋଣାର୍କ ସିସିଟିଭି ଆଚ୍ଛାଦିତ ରହିବ ।
ଲାଇଭ୍ ଫିଡକୁ ଦେଖି କଣ୍ଟ୍ରୋଲ ହେବ । ସବ୍ କଣ୍ଟ୍ରୋଲ ରୁମ୍ ରୁ ମଧ୍ୟ କଣ୍ଟ୍ରୋଲ କରାଯିବ । ଟ୍ରାଫିକ ମୋମେଣ୍ଟ ପାଇଁ ସ୍ବତନ୍ତ୍ର ପ୍ଲାନ୍ ରହିବ। ଆଣ୍ଟି ଡ୍ରୋନ୍, ଆଣ୍ଟି ସାବୋଡେଜ, ଡଗ୍ ସ୍କାଡ ଏବଂ ପ୍ରାୟ ୨୦୦ ପ୍ଲାଟୁନ ମୁତୟନ ହୋଇଛନ୍ତି । ସେହିପରି ବିଏସଏଫ୍, ସିଆରପିଏଫ୍, ଆରପିଏଫ୍ କୁ ମିଶାଇ ୮ କମ୍ପାନୀ ଫୋର୍ସ ରହିବେ । ସମୁଦ୍ର କୂଳ ସୁରକ୍ଷା ପାଇଁ ମେରାଇନ, କୋଷ୍ଟ ଗାର୍ଡ, ନୌସେନା ମିଳିତ ପାଟ୍ରୋଲିଂ କରିବେ । ଏଲିୟଲ ସର୍ଭେ ହେବା ସହ ଆକାଶ ମାର୍ଗରୁ ତୀକ୍ଷ୍ମ ନଜର ରଖାଯିବ ।
ଆଜି ଟ୍ରାଫିକ ଆଡଭାଇଜରୀ ମଧ୍ୟ ଜାରି ହୋଇଛି । ପୁରୀକୁ ଦର୍ଶନ କରିବା ପାଇଁ ଆସୁଥିବା ସମସ୍ତ ପର୍ଯ୍ୟଟକ ବା ଯାତ୍ରୀ ଏହାକୁ ଅନୁସରଣ କରିବାକୁ ଡିଜି ଅନୁରୋଧ କରିଛନ୍ତି । ରିଅଲ ଟାଇମ ପାର୍କିଂ, ରୁଟ୍ ମ୍ୟାପ ପାଇଁ ଚାଟବୋଟ ଆପ୍ ବ୍ୟବସ୍ଥା ହୋଇଛି । ନିରାପଦ ଏବଂ ସୁରକ୍ଷିତ ରଥଯାତ୍ରା ପାଇଁ ପୋଲିସ ତରଫରୁ ହୋଇଛି ବ୍ୟାପକ ବ୍ୟବସ୍ଥା । ୧୦ ହଜାର ପୋଲିସ, ସିଏପିଏଫ୍, ହୋମ ଗାର୍ଡ ମୁତୟନ ରହିବେ । ବ୍ୟାପକ ମୂଲ୍ୟାଙ୍କନ କରାଯାଇ ପ୍ରଥମ ଥର NSG ସ୍ନାଇପର ମୁତ୍ୟନ ରହିବେ ବୋଲି ପୋଲିସ ମାହାନିର୍ଦ୍ଦେଶକ ଓ୍ବା ବି ଖୁରାନିଆ କହିଛନ୍ତି ।
Comments are closed.