Latest Odisha News

BREAKING NEWS

ପଦ ଯିବା ପରେ ନବୀନ ନିବାସରୁ ହଟିଲା ଅସ୍ଥାୟୀ ପୋଲିସ କ୍ୟାମ୍ପ, କମିଲା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ୨୫ ବର୍ଷର ବିଜେଡି ଶାସନ ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ଦଳୀୟ ନିଷ୍ପତ୍ତି ଆଧାରରେ ମୋହନ ଚରଣ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି । ଆଉ ନବୀନ ପଟ୍ଟନାୟକ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ।

ଗତକାଲି ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେବା ପରେ ରାଜ୍ୟରେ ନୂଆ ସରକାର ଗଠନ ହୋଇଛି । ନୂଆ ସରକାର ଶପଥ ନେବାର ଠିକ୍ ଦିନକ ପରେ ବଦଳିଛି ନବୀନ ନିବାସର ଚିତ୍ର । ନବୀନ ନିବାସରେ କମିଛି ସୁରକ୍ଷା ବ୍ୟବସ୍ଥା ଏହା ସହ ପୋଲିସର ଅସ୍ଥାୟୀ କ୍ୟାମ୍ପ କୁ ମଧ୍ୟ ଉଠାଇଦିଆଯାଇଛି ।

ପ୍ରୋଟୋକଲ୍ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସୁରକ୍ଷାକୁ ହଟାଇ ଦିଆଯାଇଛି । ଆଉ ଏବେ ଏସବୁ ସୁରକ୍ଷା ବ୍ୟବସ୍ଥା ନୂଆ ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ।

Leave A Reply

Your email address will not be published.