Latest Odisha News

ଯୌନ ଉତ୍ପୀଡନ ମାମଲା: ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ରୁଜୁ ହେଲା ଚାର୍ଜଶିଟ

ମୁମ୍ବାଇ:କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିପକ୍ଷରେ ଯୌନ ଉତ୍ପୀଡନ ଓ ଧମକ ମାମଲାରେ ଗୁରୁବାର ପୋଲିସ ଚାର୍ଜଶିଟ ଦାଖଲ କରିଛି । ଗଣେଷଙ୍କ ବିରୋଧରେ ତାଙ୍କ ସହ କାମ କରୁଥିବା ଜଣେ ମହିଳା ଡ୍ୟାନ୍ସର ଏହି ଅଭିଯୋଗ ଆଣିଥିଲେ । ଓଶବିରା ପୋଲିସ ଅଧିକାରୀ ସନ୍ଦୀପ ଶିନ୍ଦେଙ୍କ ଅନୁସାରେ ଧାରା ୩୫୪ଏ, ୩୫୪ସି, ୩୫୪ଡି, ୫୦୯, ୩୨୩, ୫୦୪, ୫୦୬ ଓ ୩୪ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଗଣେଶ ଆଚାର୍ଯ୍ୟ ଏ ସମ୍ପର୍କରେ କୌଣସି ବୟାନ ଦେଇ ନାହାନ୍ତି । ସୂଚାନଯୋଗ୍ୟ, ପୀଡିତା ୨୦୨୦ରେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ ଗଣେଷ ତାଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିଲେ । ସେ ଏହାକୁ ମନା କରିବାରୁ ରାଗିଯାଇ ଜୋର ଜବରଦସ୍ତ ପର୍ଣ୍ଣ ମୁଭି ଦେଖାଇବା ସହ ଅଶ୍ଳୀଳ ମେସେଜ ପଠାଉଥିଲେ ।

Leave A Reply

Your email address will not be published.