ଦିଲ୍ଲୀ: ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଦିନକୁ ଦିନ ଏହି ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି। ୭ ଦିନ ଧରି ଲଗାତାର ଭୀଷଣ ଯୁଦ୍ଧ ଲାଗିରହିଛି । ଆଜି ଋଷ ଆକ୍ରମଣକୁ ଆହୁରି ତୀବ୍ର କରିଛି । ଖାରକିଭ୍ ଏବଂ କିଭ୍ ସହର ଦଖଲ କରିବା ପାଇଁ ଆଜି ଋଷ ପାରା ମିଲିଟାରୀ ଫୋର୍ସ ପଠାଇଛନ୍ତି । ଏହି ଦୁଇ ସହରରେ ବିଭିନ୍ନ ସ୍ଥାନରେ ଋଷ ପକ୍ଷରୁ ଏୟାରଷ୍ଟ୍ରାଇକ ମଧ୍ୟ କରାଯାଇଛି ।
ଋଷ ପକ୍ଷରୁ ୟୁକ୍ରେନର ମିଲିଟାରୀ ହସ୍ପିଟାଲକୁ ଆକ୍ରମଣ କରାଯାଇଛି । ୟୁକ୍ରେନର ଖାରକିଭରେ ରୁଷିଆର ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଖାରକିଭରେ ମିଲିଟାରୀ ଏକାଡେମୀ ଓ ହସ୍ପିଟାଲ ଉପରେ ଆକ୍ରମଣ ହୋଇଛି ।
ରୁଷ ସେନାର ମିସାଇଲ ମାଡ଼ରେ ଭୁଷୁଡିପଡିଛି ପୋଲିସ ବିଲ୍ଡିଂ । ରୁଷର ଏହି ଅକ୍ରମଣରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏବେ ବି ରକେଟ ଜରିଆରେ ଆକ୍ରମଣ ଜାରି ରଖିଛନ୍ତି ରୁଷ ସେନା ।
Anton #Gerashchenko, an advisor to the head of #Ukraine's Ministry of Internal Affairs, published footage in which, according to his information, the building of the regional police department in #Kharkiv is being attacked. pic.twitter.com/pH10cb6rpH
— NEXTA (@nexta_tv) March 2, 2022
ଖାରକିଭ ସ୍ଥିତ ମିଲିଟାରୀ ଏକାଡେମୀରେ ରକେଟ ମାଡରେ ଗତ ୯ ଘଣ୍ଟା ଧରି ସେଠାରେ ନିଆଁ ଲିଭିନଥିଲା । ୟୁକ୍ରେନ ଗୃହ ମନ୍ତ୍ରଣାଳୟର ପରାମର୍ଶଦାତାଙ୍କ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ଏହି ଭିଡିଓରେ ପୋଲିସ ବିଭାଗର ବିଲ୍ଡିଂକୁ କିପରି ରୁଷ ଆକ୍ରମଣ କରିଛି, ତାହା ଦେଖିବାକୁ ମିଳିଛି ।
ରକେଟ ମାଡରେ ବିଲ୍ଡିଂଟି କିଭଳି ଭୁଷୁଡିବାରେ ଲାଗିଛି ସେହି ଭୟଙ୍କର ଦୃଶ୍ୟ କଏଦ ହୋଇଛି।
Comments are closed.