Latest Odisha News

ନୂଆପଡାରେ ଶୃଙ୍ଖଳିତ ନିର୍ବାଚନ ପ୍ରସ୍ତୁତି ନେଇ ପୋଲିସ ମହାନିର୍ଦ୍ଦେଶକ ସମୀକ୍ଷା ବୈଠକ

ନୂଆପଡା: ଦେଶରେ ଆରମ୍ଭ ହୋଇଯାଇଛି ନିର୍ବାଚନୀ ପର୍ବ । ଏହାରି ଭିତରେ ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ମେ’ ୬ ତାରିଖ ଯାଏଁ ନାମାଙ୍କନ ଦାଖଲ ପାଇଁ ସମୟ ସୀମା ରହିଛି । ମେ’ ୨୫ରେ ୬ ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ପଡ଼ିବ ଭୋଟ । ତେବେ ରାଜ୍ୟରେ କିପରି ନିର୍ବାଚନ ସମୟରେ ହିଂସାକୁ ରୋକିବା ପାଇଁ କିପରି ସୁ-ବ୍ୟବସ୍ଥା କରାଯିବ ସେନେଇ ଦିନିକିଆ ନୂଆପଡା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ।

ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଆସି ନୂଆପଡ଼ା ଗୁଇନ୍ଦା ବିଭାଗ ସଭାଗୃହ ଠାରେ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ପାଇଁ ପୋଲିସ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତି ଓ ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ ।

ଏନେଇ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ, ନୂଆପଡ଼ା କଳାହାଣ୍ଡିରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ସୁଚାରୁ ଓ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ଅସାମାଜିକ ବ୍ୟକ୍ତି ମାନଙ୍କ ଠାରୁ ଗଣ୍ଡଗୋଳ ନକରିବା ପାଇଁ ବଣ୍ଡ୍ ନେବା, ମାଦକ ଦ୍ରବ୍ୟ ଓ ନିଶା ଦ୍ରବ୍ୟର ଚୋରାଚାଲାଣ ଉପରେ ରୋକ୍ ଲଗାଇବା, ଆନ୍ତଃରାଜ୍ୟ ପୋଲିସ ସହ ସମନ୍ଵୟ ବୈଠକ ଆଦି କାର୍ଯ୍ୟକ୍ରମ ଗୁଡ଼ିକ ପୋଲିସ ତରଫରୁ ଗ୍ରହଣ କରାଯାଉଛି ।

ନୂଆପଡ଼ା, କଳାହାଣ୍ଡି-ଛତିଶଗଡ ସୀମାରେ ଥିବା ହେତୁ ଗତ କିଛି ଦିନ ପୂର୍ବେ ଛତିଶଗଡ ରେ ମାଓବାଦୀଙ୍କ ଉପରେ ଆକ୍ରମଣ ହେବା ପରେ ସେମାନେ ଏହି ଦୁଇ ଜିଲ୍ଲାରେ ସକ୍ରିୟ ଥିବା ସୂଚନା ମିଳିଛି ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଏଥିପାଇଁ ଏସଓଜି, ସିଆରପିଏଫ, ଡିଭିଏଫ୍ ସହ ଜିଲ୍ଲା ପୋଲିସ ମୁତୟନ ହୋଇଛନ୍ତି । କିଭଳି ଭାବରେ ନିର୍ବାଚନ କୁ ନିରପେକ୍ଷ, ଅବାଧ ଓ ଶାନ୍ତି ଶୃଙ୍ଖଳା ର ସହ ସମାପନ କରାଯିବ ସେ ଉପରେ ଧ୍ୟାନ ଦେଇ ଜନ ସାଧାରଣ ଙ୍କ ସହଯୋଗ ଲୋଡିଥିଲେ ।

ଏହି ଅବସରରେ ଶ୍ରୀ ଷଡ଼ଙ୍ଗୀ ଙ୍କ ସହ ସଞ୍ଜୟ କୁମାର ଏଡିଜିପି (ଏଲ୍ ଆଣ୍ଡ ଓ) କମ୍ ଏସପିଏନଓ, ଭୁବନେଶ୍ବର, ଏସ. ଦେବଦତ୍ତ ସିଂ ଅତିରିକ୍ତ ପୋଲିସ ଡିଜି, ଡକ୍ଟର କନୱର ବିଶାଳ ସିଂ ପୋଲିସ ଡିଆଇଡି, ଚରଣ ସିଂ ମୀନା ପୋଲିସ ଡିଆଇଜି ଙ୍କ ସହ କଳାହାଣ୍ଡି ଏସପି ଅଭିଳାଶ ଜି, ନୂଆପଡ଼ା ଏସପି ରାଘେବିଂଦ୍ର ଗୁଣ୍ଡାଲା ରେଡ୍ଡୀ ଙ୍କ ସହ ଜିଲ୍ଲା ସ୍ତରୀୟ ପୋଲିସ ବାହିନୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.