Latest Odisha News

BREAKING NEWS

ପୁଣି ନିରାଶ ହେଲେ ହେମନ୍ତ ସୋରେନ, ପ୍ରଚାର ପାଇଁ ଜେଲରୁ ଆସିପାରିବେ ନାହିଁ

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି । ହାଇକୋର୍ଟଙ୍କ ଆବେଦନ ଉପରେ ରାୟ ପ୍ରଦାନରେ ବିଳମ୍ବକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ ହେମନ୍ତ ସୋରେନ । ଯାହାକୁ ନେଇ ଜାମିନ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏଥିରେ ଆବେଦନର ଶୁଣାଣି ମେ’ ୬ରେ ହେବ ବୋଲି ଲେଖାଯାଇଛି ।

ହେମନ୍ତ ସୋରେନ ନିଜ ଆବେଦନରେ ଲେଖିଥିଲେ ଯେ, ନିର୍ବାଚନ ସମୟରେ ପ୍ରଚାର ପାଇଁ ତାଙ୍କୁ ଜେଲରୁ ବାହାରକୁ ଯିବାକୁ ଅନୁମତି ଦିଆଯାଉ । ଝାଡଖଣ୍ଡ ହାଇକୋର୍ଟ ଏହି ଆବେଦନ ଉପ‌ରେ ଶୁଣାଣି ନକରି ଫେବୃଆରୀ ୨୮ରୁ ରାୟ ସଂରକ୍ଷିତ ରଖିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟ ଏହାର ନିଷ୍ପତ୍ତି ଦେବା ଉଚିତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୬ରେ ଅନୁଷ୍ଠିତ ହେବ ।

ଶୁଣାଣି ସମୟରେ ସୋରେନଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଇଡିକୁ ନୋଟିସ ଜାରି କରିଛନ୍ତି । ଇଡି କୋର୍ଟରେ ଉତ୍ତର ଦେବାକୁ ବାଧ୍ୟ ବୋଲି କୁହାଯାଇଛି ।

ସୂଚନା ମୁତାବକ, ଗତ ୨୭ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜ ଦାଦାଙ୍କର ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ । ୧୩ ଦିନ ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିବା ବେଳେ ଶୁଣାଣି ସମୟରେ ଖାରଜ କରିଦେଇଥିଲେ କୋର୍ଟ ।

Leave A Reply

Your email address will not be published.