Latest Odisha News

BREAKING NEWS

ଟ୍ବିନସିଟିର ବୟସ୍କଙ୍କ ଲାଗି ହେଲ୍ପଲାଇନ ନମ୍ବର ଜାରି କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ଏବଂ କଟକର ବରିଷ୍ଠ ନାଗରିକଙ୍କ ପାଇଁ ମଙ୍ଗଳବାର ଦିନ କମିଶନରେଟ ପୋଲିସ ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର – ୮୦୯୩୦୨୮୧୦୦ ଜାରି କରାଯାଇଛି।

ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ କମିଶନର କହିଛନ୍ତି, ଏହି ହେଲ୍ପଲାଇନ ନମ୍ବର ଏହା ସ୍ପଷ୍ଟ କରିବା ଯେ କରୋନା ସଂକ୍ରମଣ ଆଶଙ୍କା ଅଧିକ ଥିବା ବରିଷ୍ଠ ନାଗରିକମାନେ ଲକଡାଉନ ଏବଂ ସଟଡାଉନ ସମୟରେ ବାହାରକୁ ନବାହାରି ନିଜ ଘରେ ରହୁଛନ୍ତି ବୋଲି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ବରିଷ୍ଠ ନାଗରିକଙ୍କର କିଛି ଅସୁବିଧା ଥାଏ ତେବେ ଉକ୍ତ ହେଲ୍ପଲାଇନ ନମ୍ବରରେ ସେମାନେ କଲ କରିପାରିବେ। ଆଉ ଯାହାର ଜବାବ ତୁରନ୍ତ ଦିଆଯିବ।

୨୫,୦୦୦ରୁ ଅଧିକ ବରିଷ୍ଠ ନାଗରିକ ସେମାନଙ୍କ ନାମ ଏବଂ ଫୋନ ନମ୍ବର କମିଶନରେଟ ପୋଲିସରେ ପଞ୍ଜୀକୃତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ “କମିଶନରେଟ ପୋଲିସ ସବୁବେଳେ ଆପଣଙ୍କ ସହିତ ଅଛନ୍ତି ଏବଂ ଆଗାମୀ ଦିନରେ ବି ରହିବୁ”।

Comments are closed.