Latest Odisha News

BREAKING NEWS

ସରଣ୍ଡା ଜଙ୍ଗଲରେ ପୁଣି ପୁଲିସ-ମାଓବାଦୀ ମୁହାଁମୁହିଁ, ଘେରାବନ୍ଦୀରେ କୋଟିଏ ଟଙ୍କିଆ ଟପ୍ ମାଓବାଦୀ

ସୁନ୍ଦରଗଡ: ସରଣ୍ଡାରେ ଚାଲିଛି ବଡ଼ ମାଓ ଅପରେସନ୍ । ଓଡ଼ିଶା-ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ସରଣ୍ଡା ଜଙ୍ଗଲର କୁମଡ଼ିହ ଓ କୋଲବୋଙ୍ଗା ଅଞ୍ଚଳରେ ମୁହାଁମୁହିଁ ହୋଇଛନ୍ତି ମାଓବାଦୀ ଓ ସୁରକ୍ଷାକର୍ମୀ । ଉଭୟଙ୍କ ମଧ୍ୟରେ ଚାଲିଛି ପ୍ରବଳ ମାତ୍ରାରେ ଗୁଳିବିନିମୟ ।

ଟପ୍ ମାଓ ନେତା ମିସିର ବେସରା ସହ ତାର ୪୧ ଜଣିଆ ଟିମ କୁ ଟାର୍ଗେଟ କରିଛି ସୁରକ୍ଷା ବାହିନୀ । ଘେରାବନ୍ଦୀରେ ଅଛନ୍ତି ମିସିର୍ ବେସରା ଟିମ୍ । ମିସିର ବେସରା ନାଁରେ ରହିଛି ୧ କୋଟିରୁ ଅଧିକ ଟଙ୍କାର ପୁରସ୍କାର । ବେସରା ଓ ତାର ଟିମ୍ ସରଣ୍ଡାରେ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ମିଳିତ ସୁରକ୍ଷା ବାହିନୀ ।

ଜଙ୍ଗଲ ଭିତରୁ ଲଗାତାର ଗୁଳିଗୋଳା ଶବ୍ଦ ଶୁଣି ନିକଟସ୍ଥ ଗାଁ ଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଥିବା କହିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

Leave A Reply

Your email address will not be published.