Latest Odisha News

BREAKING NEWS

ପ୍ଲାଜମା ଦାନ କଲେ ୨ ପୋଲିସ ଅଧିକାରୀ

କଟକ: ରାଜ୍ୟରେ ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସା ଲାଗି ଅନେକାଂଶରେ ପ୍ଲାଜମା ଥେରାପି ସଫଳ ହେଉଛି । ଏଭଳି ସ୍ଥିତିରେ ଶୁକ୍ରବାର ଦିନ କଟକ ଏସସିବି ବଡ ମେଡିକାଲରେ ଆଉ ଦୁଇ ଜଣ ପୋଲିସ କର୍ମୀ ସେମାନଙ୍କ ପ୍ଲାଜମା ଦେଇଛନ୍ତି।

ଏନେଇ ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ପ୍ରଦାନ କରାଯାଇଛି ।

କଟକ ଏସସିବି ବଡ ମେଡିକାଲରେ ପ୍ଲାଜମା ଦେଇଥିବା ଦୁଇ ଜଣ ପୋଲିସ କର୍ମୀ ହେଉଛନ୍ତି ସାମନ୍ତ ଶେଖର ନାଏକ ଏବଂ ପି. ପ୍ରେମାନନ୍ଦ ରେଡ୍ଡୀ । ଏମାନଙ୍କ ମଧ୍ୟରୁ ଜଣେ ଦେବଗଡର ଚତୁର୍ଥ ଆଇଆର୍ ବାଟାଲିୟନରେ ଓ ଅନ୍ୟ ଜଣେ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି ।

ତେବେ ଏହା ପୂର୍ବରୁ ଅନେକ ପୋଲିସ କର୍ମୀ ନିଜର ପ୍ଲାଜମା ଦାନ କରିଥିବା ନଜର ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ କରୋନାରୁ ସୁସ୍ଥ ହୋଇଥିବା ଅନେକ ରୋଗୀ ମାନେ ନିଜ ନିଜର ପ୍ଲାଜମା ଦାନ ପାଇଁ ଆଗେଇ ଆସୁଛନ୍ତି ।

Leave A Reply

Your email address will not be published.