Latest Odisha News

BREAKING NEWS

ଜୁଆ ଆଡ୍ଡାରେ ରେଡ୍: ୭ଲକ୍ଷ ୮୩ ହଜାର ଟଙ୍କା ଜବତ, ୨୦ ଜଣ ଅଟକ

କୋରାପୁଟ: ଜୁଆ ଆଡ୍ଡାରେ ପୋଲିସର ଅଚାନକ ରେଡ୍ । ବିଡ଼ା ବିଡ଼ା ନୋଟ୍ ଜବତ । ମୋଟ୍ ୭ଲକ୍ଷ ୮୩ହଜାର ୪୪୦ ଟଙ୍କା ଜବତ ହୋଇଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଖଟୁଲୁଗୁଡା ନିକଟ ନୀଳଗିରି ବଣରେ ଚାଲିଥିଲା ଜୁଆ ଆଡ୍ଡା । ଖବର ପାଇଁ ପହଞ୍ଚିଥିଲା ପୋଲିସ । ଘଟଣାସ୍ଥଳରୁ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ । ଏତିକିବେଳେ ୨୦ ଜଣଙ୍କୁ ପୋଲିସ କାବୁ କରିଛି ।

ନୀଳଗିରି ବଣରେ ଜୁଆ ଆଡ୍ଡା ଚାଲିଥିଲା ବିଶେଷ ସୂତ୍ରରୁ ପୋଲିସ ସୂଚନା ମିଳିଥିଲା । କୋରପୁଟ ଏସପିଙ୍କ ନିର୍ଦ୍ଦେଶରେ ଅଚାନକ ଚଢ଼ାଉ କରିଥିଲା ସ୍ପେଶାଲ୍ ଟିମ୍ । ଅଟକ ବ୍ୟକ୍ତିଙ୍କ ଭିତରେ କିଛି କୋରାପୁଟ ଓ ନବରଙ୍ଗପୁର ଜିଲାର ଅଛନ୍ତି । ଅଧିକ ଖୋଳତାଡ ଜାରି ରଖିଥିବା ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.