ମଧ୍ୟପ୍ରଦେଶ: କ୍ଷୀରରେ ମିଶୁଛି ସାମ୍ପୁ । କେବଳ ସେତିକି ନୁହେଁ ସ୍ପିରିଟ୍ରେ ତିଆରି ହେଉଛି କ୍ଷୀର । ଏଭଳି ଏକ ସାଂଘାତିକ ସତ ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରୁ । ଏଠାରେ ନକଲି କ୍ଷୀର ତିଆରି କରାଯାଉଥିବା ନେଇ ପୋଲିସ ଚଢ଼ାଉ ବେଳେ ଜଣାପଡିଛି ।
ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲା ପୁପ କସ୍ବେ ଅଚଂଳର ରାମନଗର ଠାରେ ଏକ ନକଲି କ୍ଷୀର ଡାଏରୀ ଚଳାଉଥିବା ନେଇ ଖବର ପାଇ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଚଢ଼ାଉ କରିଥିଲା । ଏଠି ଦିନ ଦ୍ୱିପହରେ ଚାଲିଥିଲା ବେଧଡକ ଅପମିଶ୍ରଣ । କ୍ଷୀରରେ ଡିଟରଜେଣ୍ଟ, ୟୁରିଆ, ହାଇଡ୍ରୋଜେନ୍, ଲୁବ୍ରିକେଂଟ, କ୍ରିପ୍ଟୋ ଅଏଲ ଭଳି ଅନେକ ରାସାୟନିକ ପଦାର୍ଥକୁ ଖୁଲମଖୁଲା ଅପମିଶ୍ରଣ କରାଯାଉଥିବା ନେଇ ଚଢ଼ାଉ ବେଳେ ଜଣାପଡିଥିଲା । ଏହାକୁ ଦେଖି ସମସ୍ତେ ଚକିତ ହୋଇପଡିଥିଲେ ।
ଚଢ଼ାଉ ବେଳେ ପୋଲିସ ୩ଶହ ଲିଟର କେମିକାଲ ଓ ବିଭିନ୍ନ ପ୍ରକାରର ଶୁଖିଲା ପାଉଡର ଓ ଅନେକ କେମିକାଲ ଯୁକ୍ତ ସାମଗ୍ରୀ ଜବତ ହୋଇଛି । କେବଳ ସେତିକି ନୁହେଁ ହସ୍ପିଟାଲରେ କ୍ଷତ ଚିହ୍ନକୁ ସଫା କରିବା ପାଇଁ ଯେଉଁ କେମିକାଲ ବ୍ୟବହାର କରାଯାଏ ତାହା ମଧ୍ୟ ମିଳିଥିବା ଜଣାପଡିଛି । ଏହି ଘଟଣା ଏବେ ସାରା ଦେଶକୁ ଆଶ୍ଚର୍ଯ୍ୟ କରି ଦେଇଛି ।
BREAKING NEWS
- ୧୦ ବିଧାୟକଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ;ଲୋକଙ୍କ ସେବା ଜାରି ରଖିବା ପାଇଁ…
- ପିଶାଚ ପଡୋଶୀ, ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା
- ‘ରୋମିଓ-ଜୁଲିଏଟ୍ କ୍ଲଜ୍’ କଣ; ଯାହା ଉପରେ ବିଚାର କରିବାକୁ କେନ୍ଦ୍ରକୁ ସୁପ୍ରିକୋର୍ଟଙ୍କ ପରାମର୍ଶ
- ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ, ସୌରାଷ୍ଟ୍ର ସେମି ଫାଇନାଲରେ
- ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ
- ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ
- ବିସିବିର ଆଉ ଏକ ମିଛ ଧରିଲା ଆଇସିସି
- ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…
- Jagdeep Dhankhar Hospitalised At AIIMS: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏମ୍ସରେ ଭର୍ତ୍ତି; ଗତ ସପ୍ତାହରେ ଦୁଇଥର ଅଚେତ…
- ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
Comments are closed.