Latest Odisha News

BREAKING NEWS

ଅନୁଭବଙ୍କ ଘରେ ପହଂଚିଲା ପୋଲିସ

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପହଂଚିଲା ପୋଲିସ । ଅଭିନେତ୍ରୀ ବର୍ଷାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କ ଘରେ ପହଂଚିଛି । ବର୍ଷା ପ୍ରିୟଦର୍ଶିନୀ ୧୦୦ ନମ୍ବରକୁ ଫୋନ କରି ପୁଲିସଠାରୁ ସୁରକ୍ଷା ମାଗିବା ପରେ ପୁରୀଘାଟ ପୁଲିସ ସେଠାରେ ପହଞ୍ଚିଥିବା ସୂଚନା ମିଳିଛି। ଜଣେ ପୁରୁଷ ଓ ଜଣେ ମହିଳା ପୁଲିସ କର୍ମଚାରୀ ଅନୁଭବ ମହାନ୍ତିଙ୍କ ଘର ପହଞ୍ଚି ପଚରାଉଚରା କରୁଥିବା ସୂଚନା ରହିଛି।

ଅଭିଯୋଗ ଅନୁସାରେ, ବର୍ଷା ପ୍ରିୟଦର୍ଶିନୀ ଖାଉଥିବା ବେଳେ ଅନୁଭବଙ୍କ ଦୁଇ  ଜଣ ସହଯୋଗୀ ତାଙ୍କ କୋଠାରୀ ଭିତରକୁ ପଶି ଜବରଦସ୍ତ  ଭିଡିଓ କରିବା ଫଳରେ ବର୍ଷା ଏହି ପଦକ୍ଷେପ ନେଇଥିବା ତାଙ୍କ ଓକିଲ ଗଣମାଧ୍ୟମକୁ କହିଛନ୍ତି । ବର୍ଷାଙ୍କ ଓକିଲ ଆର.କେ.ରଥଙ୍କ ସୂଚନା ଅନୁସାରେ ଅନୁଭବଙ୍କ ଘରେ ବର୍ଷାଙ୍କ ପ୍ରତି ବିପଦ ରହିଛି, ସେ ସୁରକ୍ଷିତ ନୁହନ୍ତି।

ସୁଦୀପ ଓ ଖଗେନ୍ଦ୍ର ନାମକ ଦୁଇ ଜଣ ଯୁବକ ବର୍ଷାଙ୍କ କୋଠରୀ ଭିତରକୁ ଧସେଇ ପଶିଥିଲେ। ତେଣୁ ସେ ପୁଲିସର ସାହାଯ୍ୟ ଲୋଡ଼ିଛନ୍ତି।  କେବଳ ୧୦୦ ନମ୍ବରକୁ ନୁହେଁ, ବର୍ଷା ନିଜ ସୁରକ୍ଷା ନେଇ ଉଚ୍ଚପଦସ୍ଥ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି। ବର୍ଷାଙ୍କ ପ୍ରତି ବିପଦ ଥିବାରୁ ତାଙ୍କୁ ୨୪ ଘଣ୍ଟା ପୁଲିସ ସୁରକ୍ଷା ଦିଆଯାଉ ବୋଲି ତାଙ୍କ ଓକିଲ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାର ହିଂସା ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ ଆଜି ଶୁଣାଣି ଥିବା ବେଳେ ତାରିଖ ଘୁଂଚିଛି । ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୨ରେ ହେବ । ସେହିପରି ଅନୁଭବ ମଧ୍ୟ ପତ୍ନୀଙ୍କ ଠାରୁ ଛାଡପତ୍ର ପାଇଁ ଦିଲ୍ଲୀ ପଟିଆଲାକୋର୍ଟରେ ପଟିସନ ଦାଖଲ କରିଛନ୍ତି ।

Leave A Reply

Your email address will not be published.