Latest Odisha News

BREAKING NEWS

ଜଗତପୁରରେ ନକଲି ପାନମସଲା କାରଖାନା ଉପରେ ପୋଲିସର ଚଢ଼ାଉ

କଟକ: କଟକଜଗତପୁର ଫେଜ୍‌-୩ରେ ଚାଲୁଥିବା ଏକ ନକଲି ପାନମସଲା(ଜର୍ଦ୍ଦା) କାରଖାନା ଉପରେ ପୁଲିସ ଚଢ଼ାଉ କରିଛି। ଚଢ଼ାଉ ସମୟରେ ବିପୁଳ ପରିମାଣରେ କଞ୍ଚାମାଲ୍‌, ପ୍ରସ୍ତୁତ ମସଲା ଓ ମେସିନ ଜବତ କରାଯାଇଥିବା ସୂଚନା ମିଳିଛି।

ନକଲି କାରଖାନାର ମାଲିକ ଓ କର୍ମଚାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫୦ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି।

ମିଳିଥିବା ତଥ୍ୟ ମୁତାବକ, ସ୍ଥାନୀୟ ଅଞ୍ଚଳରେ ଏକ ନକଲି ପାନମସଲା କମ୍ପାନି ଚାଲିଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଏହାପରେ ଜଗତପୁର ଥାନା ଆଇଆଇସି ରବୀନ୍ଦ୍ରନାଥ ମେହେର ଓ କଟକ ଜୋନ୍-୧ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍‌ ସେଠାରେ ଚଢ଼ାଉ କରିଥିଲା।

କାରଖାନାର ମାଲିକ ଓ କର୍ମଚାରୀମାନେ ଫେରାର୍‌ ହୋଇଯାଇଥିବା ସୂଚନା ରହିଛି। ପୁଲିସ ଟିମ୍‌ ସେଠାରୁ ୫୦ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନମ୍ବର-୧ ବ୍ରାଣ୍ଡ୍‌ ପ୍ରିଣ୍ଟ୍‌ ଥିବା ପାନମସଲା, କଞ୍ଚାମାଲ, ବ୍ୟବହାର ହେଉଥିବା‌ କେମିକାଲ ଏବଂ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମେସିନ ଜବତ କରିଥିଲା।

ଏହି ପାନମସଲା କାରଖାନାର କୌଣସି ଟ୍ରେଡିଂ ଲାଇସେନ୍ସ ଓ ବ୍ୟାଚ ନମ୍ବର ନଥିବା ଜଣାପଡ଼ିଛି। ସାମଗ୍ରୀର ପ୍ରସ୍ତୁତି ଓ ଏକ୍ସପାୟା‌ରି ତାରିଖ ଲେଖା ନଥିବାରୁ ଏହା ସମ୍ପୂର୍ଣ ବେଆଇନ କାରଖାନା ବୋଲି ପ୍ରମାଣ ମିଳିଛି। ଏନେଇ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।

Leave A Reply

Your email address will not be published.