Latest Odisha News

BREAKING NEWS

ଥାନା ଭିତରେ ପଡିଲା ଥାନା ବାବୁଙ୍କ ହାତଗଣ୍ଠି

ସୁବର୍ଣ୍ଣପୁର: ଥାନା ଭିତରେ ପଡିଲା ହାତଗଣ୍ଠି । ଥାନା ଭିତରେ ବିବାହ କଲେ ଥାନା ବାବୁ । କରୋନା ପାଇଁ ଯାଇ ପାରିଲାନି ବରଯାତ୍ରୀ । ଥାନା ଭିତରେ ହିଁ ହାତକୁ ଦି ହାତ ହେଲେ ସୁବର୍ଣ୍ଣପୁର ସୁବଳୟା ଥାନାର ପୋଲିସ ଏସ୍‌ଆଇ । ମାସ୍କ ପିନ୍ଧି, ସାମାଜିକ ଦୂରତା ରଖି ଜ୍ୟୋତ୍ସ୍ନାରାଣୀଙ୍କ ହାତ ଧରିଲେ ପୋଲିସ ଏସ୍‌ଆଇ ଦୀପ୍ତି ରଂଜନ ଦିଗାଲ ।

ସୁବଳୟା ଥାନା ପୋଲିସ ଏସ୍‌ଆଇଙ୍କ ଦୀପ୍ତି ରଂଜନ ଦିଗାଲଙ୍କ ବିବାହ ତାରିଖ ଗତକାଲି ଧାର୍ଯ୍ୟ ହୋଇଥିଲା । କନ୍ଧମାଳ ଜିଲ୍ଲା କେନ୍ଦୁପଦର ଗାଁର ଜ୍ୟୋସ୍ନାରାଣୀ ଦିଗାଲଙ୍କ ସହିତ ଦୀପ୍ତିରଂଜନଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ହେଲେ କରୋନା କଟକଣା ପାଇଁ ଦୀପ୍ତିରଂଜନ ଗାଁକୁ ଫେରି ନ ପାରିବାରୁ ଜ୍ୟୋସ୍ନାରାଣୀଙ୍କ ପରିବାର କନ୍ୟାକୁ ଧରି ପହଂଚିଥିଲେ ସୁବଳୟା ଥାନାରେ ।

ପୋଲିସ ଏସଡିପିଓ ଧୀରଜ ଚୋପଦାର ଓ ଥାନା ଅଧିକାରୀ ପ୍ରଦୀପ ପଧାନଙ୍କ ଉପସ୍ଥିତିରେ ଏହି ବିବାହ ସଂପନ୍ନ ହୋଇଥିଲା । ଦୀପ୍ତି ରଂଜନଙ୍କ ଏହି କର୍ତ୍ତବ୍ୟନିଷ୍ଠାକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.