Latest Odisha News

BREAKING NEWS

କରୋନା ଯୁଦ୍ଧ ପାଇଁ NASA ବିକଶିତ କଲା ହାଇ ପ୍ରେସର୍ ଭେଣ୍ଟିଲେଟର୍ !

ନ୍ୟୁୟର୍କ: କରୋନା ଯୁଦ୍ଧରେ ସହଯୋଗର ହାତ ବଢାଇଲା ନ୍ୟାସନାଲ୍ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନଷ୍ଟ୍ରେସନ୍ (NASA) । କରୋନା ସଂକ୍ରମିତଙ୍କ ପାଇଁ ମାତ୍ର ୩୭ ଦିନରେ ନାସାର ଇଂଜିନିଅରମାନେ ପ୍ରସ୍ତୁତ କଲେ ହାଇ ପ୍ରେସର୍ ଭେଣ୍ଟିଲେଟର୍ ।

ଭେଣ୍ଟିଲେଟରକୁ ଭାଇଟାଲ ଭାବେ ନାମିତ କରାଯାଇଥିଲାବେଳେ ନ୍ୟୁୟର୍କର ଆଇଖାନ୍ ସ୍କୁଲ୍ ଅଫ୍ ମେଡିସିନ୍ ର ଜଟିଳ ପରୀକ୍ଷଣରେ ଏହି ଡିଭାଇସ୍ ପାସ୍ କରିଛି । ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ଉପଚାର ନିମନ୍ତେ ଏହାକୁ ବ୍ୟବହାର କରାଯିବ ।

ଆଇଖାନ୍ ସ୍କୁଲ ଅଫ୍ ମେଡିସିନର ଆସୋସିଏଟ୍ ପ୍ରଫେସର ମେଥ୍ୟୁ ଲେଭିନ୍ କହିଛନ୍ତି ପାରମ୍ପରିକ ଭେଣ୍ଟିଲେଟର୍ ଅପେକ୍ଷା ଭାଇଟାଲ କମ୍ ଖର୍ଚ୍ଚରେ ନିର୍ମିତ ହେବା ସହ ସର୍ବନିମ୍ନ ରକ୍ଷଣାବେକ୍ଷଣ ଖର୍ଚ୍ଚ ବହନ କରିବ । ହସ୍ପିଟାଲର ଆବଶ୍ୟକତା ଅନୁଯାୟୀ ଏହାକୁ ସଂଶୋଧିତ ମଧ୍ୟ କରିହେବ । ତେବେ କେବଳ କରୋନା ମହାମାରୀ ସ୍ଥିତି ପାଇଁ ଏହି ଭେଣ୍ଟିଲେଟର୍‌କୁ ପ୍ରସ୍ତୁତ କରାଯାଇଛି ।

ନାସା ଅନୁଯାୟୀ କରୋନା ମହାମାରୀ ଭଳି ଆପାତକାଳୀନ ସ୍ଥିତିରେ ଏହି ଭେଣ୍ଟିଲେଟରକୁ ବ୍ୟବହାର କରିବା ପାଇଁ ନାସା ଏଫଡିଏଠାରୁ ଅନୁମତି ମାଗିବ । ଲ୍ୟାବ୍ ଟେଷ୍ଟିଂରେ ଭାଇଟାଲ୍ ସଫଳ ହୋଇଥିଲାବେଳେ ଆଗାମୀ ଦିନରେ ଆମେରିକା ସମେତ ଅନ୍ୟ ଦେଶରେ ମଧ୍ୟ ଏହା ଉପଲବ୍‌ଧ ହେବ ।

Leave A Reply

Your email address will not be published.