Latest Odisha News

BREAKING NEWS

ତାରାର ମୃତ୍ୟୁରେ ନବରଙ୍ଗପୁର ପୋଲିସର ଶୋକପ୍ରକାଶ

ନବରଙ୍ଗପୁର: ଦୀର୍ଘ ଦିନର ଟ୍ରେନିଂ ପରେ ନବରଙ୍ଗପୁର ପୋଲିସ ସେବାରେ ଯୋଗ ଦେଇ ପାରିଥିଲା ସନ୍ଧାନୀ କୁକୁର ତାରା । ହେଲେ ଗତ ବୁଧବାର ଦିନ ତାରା ମୃତ୍ୟୁବରଣ କରିବା ପରେ ପୋଲିସ ପକ୍ଷରୁ ତାକୁ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରାଯାଇଛି ।

 

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କଟକ ଠାରେ ଟ୍ରେନିଂ ନେବା ପରେ ୨୦୦୯ ମସିହାରେ ସର୍ବପ୍ରଥମେ ତାରା କୋରାପୁଟ ପୋଲିସ ବିଭାଗରେ ମୁତୟନ ହୋଇଥିଲା । ସେଠାରେ ୨୦୦୯ରୁ ୨୦୧୮ ମସିହା ଯାଏଁ ରହିବା ପରେ ୨୦୧୮ରେ ତାରା ନବରଙ୍ଗପୁର ପୋଲିସ ମୁଖ୍ୟାଳୟରେ ଯୋଗ ଦେଇଥିଲା ।

ଏପରିକି ନିଜର କାର୍ଯ୍ୟକାଳ ମଧ୍ୟରେ ଲାବ୍ରାଡର ପ୍ରଜାତିର କୁକୁର ତାରା ବହୁ ହତ୍ୟା, ଡକାୟତ ଭଳି ମାମଲାର ଛାନଭିନ୍ନ କରିବାରେ ପୋଲିସକୁ ସାହାଯ୍ୟ କରିଥିଲା । ନିଜର କାମ ପାଇଁ ୨୦୧୭ ମସିହାରେ କୋରାପୁଟ ପୋଲିସ ପକ୍ଷରୁ ତାକୁ ସମ୍ମାନିତ ମଧ୍ୟ କରାଯାଇଥିଲା ।

ତେବେ ତାରାକୁ ଗାର୍ଡ ଅଫ୍ ଅନର ଦେବା ସମୟରେ ପୋଲିସ ଅଧିକାରୀଙ୍କ ସହ ଏସପି ନୀତିନ କୁଶଲକର ମଧ୍ୟ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.