Latest Odisha News

BREAKING NEWS

ଟ୍ରାକ୍ଟର ରାଲି ବେଳେ ସୀମାରେ ବ୍ୟାରିକେଡ୍ ଭାଙ୍ଗିଲେ, ଲୁହ ବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ

ନୂଆଦିଲ୍ଲୀ: ସିଂଘୁ, ଟିକରି ଏବଂ ଗାଜିଆବାଦ ବର୍ଡରରେ ଟ୍ରାକ୍ଟର ରାଲିକୁ ନେଇ ପୋଲିସ-ଆନ୍ଦୋଳନକାରୀ ଚାଷୀ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନକାରୀ ପୋଲିସ୍ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିଛନ୍ତି । ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ପୋଲିସ ଗାଜିଆବାଦ ବର୍ଡରରେ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିବା ବେଳେ ସିଂଘୁ ବର୍ଡରରେ ଲାଠି ଚାର୍ଜ କରିଛି ।

ଅନ୍ୟ କେତେକ ସ୍ଥାନରେ ଆନ୍ଦୋଳନକାରୀ ନିର୍ଦ୍ଧାରିତ ଦିଗ ବଦଳାଇ ଦିଲ୍ଲୀ ଆଡ଼କୁ ମୁହାଁଇଥିଲେ । ସେମାନଙ୍କୁ ଅଟକାଇବାକୁ ଯାଇ ପୋଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠି ଚାଳନା କରିଛି । ଦିଲ୍ଲୀ ପୋଲିସ ସୂତ୍ର ଅନୁସାରେ- ଦିଲ୍ଲୀର ପ୍ରାୟ ୧୦ଟି ସ୍ଥାନରେ ଆନ୍ଦୋଳନକାରୀ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି । କେତେକ ସ୍ଥାନରେ ଛୋଟ ଧରଣର ହିଂସାକାଣ୍ଡ ଘଟିଛି ।

ଗାଜିପୁର ବର୍ଡରେ ବ୍ୟାରିକେଡ୍ ଭାଙ୍ଗି ଆନ୍ଦୋଳନକାରୀ ଆଇଟିଓ ପହଞ୍ଚି ଥିବାବେଳେ ସେଠାରେ ବି ଉତ୍ତେଜନା ଦେଖାଦେଇଛି । ଆଇଟିଓରେ ପୋଲିସ ଜିପ୍ ଓ ଡିଟିସି ବସ୍ ଭଙ୍ଗାରୁଜା କରିଥିବା ଖବର ଆସୁଛି । ସେଠାରୁ ଲାଲ୍ କିଲ୍ଲା ଆଡ଼କୁ ଯିବାକୁ ଆନ୍ଦୋଳନକାରୀ ଉଦ୍ୟମ କରୁଛନ୍ତି । ନୋଏଡା-ଚିଲ୍ଲା ବର୍ଡରରେ ବି ଆନ୍ଦୋଳନକାରୀ-ପୋଲିସ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.