Latest Odisha News

BREAKING NEWS

ହିମାଳୟରେ ପତାକା ଉତ୍ତୋଳନ, ୧୨ହଜାର ୫ଶହ ଫୁଟ୍‌ ଉଚ୍ଚତାରେ ତ୍ରିରଙ୍ଗା ଉଡ଼ାଇଲେ ୨୩ ଓଡ଼ିଆ

ଭୁବନେଶ୍ବର: ହିମାଳୟରେ ୨୩ ଓଡିଆ ଉଡାଇଛନ୍ତି ତ୍ରିରଙ୍ଗା । ହିମାଳୟର ୧୨,୫୦୦ ଫୁଟ ଉଚ୍ଚତା ଦୟାରା ବୁଗୀୟାଲ ଶୀର୍ଷରେ -୫℃ ରୁ -୧୦℃ ହାଡଭାଙ୍ଗା ଶୀତରେ   ପତାକା ଉତ୍ତୋଳନ କରିଛନ୍ତି । ମହାମାରୀ ସମୟରେ ଅନବରତ ସେବା ଯୋଗାଇଥିବା ଦେବଦୂତଙ୍କ ଉଦ୍ଦେଶ୍ୟରେ ଏହି ପତାକା ଉତ୍ତୋଳନ କରାଯାଇଛି । ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା ଚୟନ ହୋଇଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୩ ଜଣ ପ୍ରତିଭା ହିମାଳୟରେ ପହଞ୍ଚି ତ୍ରିରଙ୍ଗା ଉଡେଇଛନ୍ତି। 

କଳାହାଣ୍ଡିରୁ ଡ଼. ସତ୍ୟପିର ପ୍ରଧାନ, ନୃସିଂହ ଚରଣ ପଣ୍ଡା, ସ୍ୱରାଜ କୁମାର ରାଉତ, ସୁନ୍ଦର ସାହୁ, କ୍ରିଷ୍ଣା ଭଣ୍ଡାରଘରିଆ, ରେସବ କୁମାର ପାଣିଗ୍ରାହୀ, ସୌମ୍ୟ ରଞ୍ଜନ ରାଉତ, ଠାକୁର ସେନାପତି, ଜ୍ୟୋତିଷ କୁମାର ବଗ, ଯୋଗେଶ୍ୱର ନାଏକ, ବି.ଜେ ରାଜେଶ ଭୋଇ, ମୁରାରି ସାହୁ ।

ସେହିପରି ନୂଆପଡ଼ାରୁ ସଚିନ୍ ବେହେରା, ହିତେଶ୍ କୁମାର ମେହେର, ମଳୟ କୁମାର ମେହେର, ବଲାଙ୍ଗୀରରୁ ଅମନ୍ ଛତ୍ରିଆ, ଘନ ସତନାମୀ, ନୀଳକମଲ ସାହୁ, ଛବିଲାଲ ମେହେର, କନ୍ଧମାଳରୁ ସିଦ୍ଧାର୍ଥ କେଶରୀ ପ୍ରଧାନ, ନବରଙ୍ଗପୁରରୁ ପ୍ରଦୀପ ସିଂହା, ରାଉରକେଲାରୁ ବୈଦ୍ୟନାଥ ସିଂହା, ଜଗତସିଂହପୁରରୁ ସାଗର କୁମାର ମଲ୍ଲିକ ପ୍ରମୁଖ ତ୍ରିରଙ୍ଗା ଉଡାଇବା ସହ ଓଡ଼ିଶା ପାଇଁ ଗୌରବ ଅର୍ଜନ କରିଛନ୍ତି ।

Leave A Reply

Your email address will not be published.