ଚେନ୍ନାଇ: ତାମିଲନାଡୁ ପୋଲିସର ନିଆରା ଉଦ୍ୟମ । ଲୋକଙ୍କୁ ଘରୁ ନବାହାରିବା ପାଇଁ ଅଭିନବ ଢ଼ଙ୍ଗରେ କଲେ ସଚେତନ । କରୋନା ଭାଇରସ ଭଳି ଦେଖାଯାଉଥିବା ହେଲମେଟ ପିନ୍ଧି ଲୋକଙ୍କୁ ଘରୁ ନବହାରିବା ପାଇଁ କହୁଛନ୍ତି ପୋଲିସ । ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁର ସଡକରେ ।
ତାମିଲନାଡୁର କେତେକ ପୋଲିସ ଲକ ଡାଉନ ବେଳେ ଲୋକଙ୍କୁ ଘରେ ରଖିବା ପାଇଁ ଏଭଳି ଅଭିନବ ଉପାୟ ବାହାର କରିଛନ୍ତି । କରୋନା ଭାଇରସ ଭଳି ଦେଖାଯାଉଥିବା ହେଲମେଟ ତିଆରି କରି ନିଜେ ପିନ୍ଧିବା ସହ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଏଥିସହ ଘରେ ରହିବା ପାଇଁ ଲୋକଙ୍କୁ ପୋଲିସ ଅନୁରୋଧ କରିଛି ।
ଦିନକୁ ଦିନ ଦେଶରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏଥିସହ ସେ ଲୋକଙ୍କୁ ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି । ତେବେ ଅନେକ ଲୋକ ଏହାକୁ ନମାନି ଏବେବି ସଡକ ଉପରେ ଏଣେ ତେଣୁ ବୁଲୁଥିବା ଦେଖିବାକୁ ମିଳିଛି ।
BREAKING NEWS
- ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
- ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
Comments are closed.