ଚେନ୍ନାଇ: ତାମିଲନାଡୁ ପୋଲିସର ନିଆରା ଉଦ୍ୟମ । ଲୋକଙ୍କୁ ଘରୁ ନବାହାରିବା ପାଇଁ ଅଭିନବ ଢ଼ଙ୍ଗରେ କଲେ ସଚେତନ । କରୋନା ଭାଇରସ ଭଳି ଦେଖାଯାଉଥିବା ହେଲମେଟ ପିନ୍ଧି ଲୋକଙ୍କୁ ଘରୁ ନବହାରିବା ପାଇଁ କହୁଛନ୍ତି ପୋଲିସ । ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁର ସଡକରେ ।
ତାମିଲନାଡୁର କେତେକ ପୋଲିସ ଲକ ଡାଉନ ବେଳେ ଲୋକଙ୍କୁ ଘରେ ରଖିବା ପାଇଁ ଏଭଳି ଅଭିନବ ଉପାୟ ବାହାର କରିଛନ୍ତି । କରୋନା ଭାଇରସ ଭଳି ଦେଖାଯାଉଥିବା ହେଲମେଟ ତିଆରି କରି ନିଜେ ପିନ୍ଧିବା ସହ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଏଥିସହ ଘରେ ରହିବା ପାଇଁ ଲୋକଙ୍କୁ ପୋଲିସ ଅନୁରୋଧ କରିଛି ।
ଦିନକୁ ଦିନ ଦେଶରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏଥିସହ ସେ ଲୋକଙ୍କୁ ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି । ତେବେ ଅନେକ ଲୋକ ଏହାକୁ ନମାନି ଏବେବି ସଡକ ଉପରେ ଏଣେ ତେଣୁ ବୁଲୁଥିବା ଦେଖିବାକୁ ମିଳିଛି ।
BREAKING NEWS
- ହଠାତ ଆଇପିଏଲରୁ ଓହରିଗଲେ ବେନ ଡକେଟ, ହୋଇପାରେ କାର୍ଯ୍ୟାନୁଷ୍ଠାନ
- ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ୨.୦ର ଶହେ ଦିନିଆ କ୍ୟାମ୍ପେନ୍ର ଶୁଭାରମ୍ଭ
- ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ
- Electricity Prices: ଚଳିତ ବର୍ଷ ବି ବଢ଼ିବନି ବିଜୁଳି ଦର, କୃଷି ପାଇଁ ମିଳିବ ନୂଆ ସୁବିଧା
- ଆଇପିଏଲ ୨୦୨୬ରୁ ଓହରିଲେ ବିବାଦୀୟ ୟଶ ଦୟାଲ
- ଗଭୀର ସମୁଦ୍ରରେ ଦୁଇ ଦିନିଆ ସମରାଭ୍ୟାସ ସାଗର କବଚ
- ବୌଦ୍ଧ ଜିଲ୍ଲାରେ ମାନସିକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ
- ଆଇପିଏଲ ୨୦୨୬: କେଉଁ ଦଳ ଚାମ୍ପିୟନ ହେବ ଭବିଷ୍ୟବାଣୀ କଲା ଏଆଇ
- ଟ୍ରକରୁ ଡେଇଁଲେ, ୧୭ କିଲୋମିଟର ଚାଲି ମାଲିକ ପାଖରେ ପହଞ୍ଚିଲେ
- ମହିଳାଙ୍କୁ ସଂରକ୍ଷଣ ସରକାରଙ୍କ ବଡ଼ ଯୋଜନା
Comments are closed.