Latest Odisha News

BREAKING NEWS

କପୁରଥାଲା ଗୁରୁଦ୍ୱାରରେ ଗୁଳିକାଣ୍ଡ: ଜଣେ ପୋଲିସ କର୍ମୀ ମୃତ, ୩ ଗୁରୁତର

କପୁରଥାଲା: ପଞ୍ଜାବର କପୁରଥାଲା ଗୁରୁଦ୍ୱାରରେ ସକାଳୁ ସକାଳୁ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ପୋଲିସ କର୍ମୀଙ୍କର ମୃତ୍ୟୁ ଘଟିଛି । ଏକାଧିକ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ସକାଳ ସାଢେ ୭ଟାରେ ଘଟିଥିବା କୁହଯାଉଛି ।

ଗୁରୁଦ୍ୱାରରେ ନିହଙ୍ଗ ଶିଖ ପକ୍ଷରୁ ଫାୟାରିଂ କରାଯାଇଥିଲା । ଫଳରେ ଜଣେ ପୋଲିସ କର୍ମୀଙ୍କର ମୃତ୍ୟୁ ଘଟିଛି । ୩ ପୋଲିସ ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ଅଛି । ପୋଲିସ ପକ୍ଷରୁ ଏ ନେଇ ଏକ ମାମଲା ରୁଜୁ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଗୁରୁଦ୍ୱାରକୁ ନିଜ କବ୍ଜାକୁ ନେବା ପାଇଁ ଏପରି ଗୁଳିକାଣ୍ଡ ଘଟିଛି । ପୋଲିସ ପକ୍ଷରୁ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି । ଆକ୍ରମଣରେ କେତେ ଲୋକ ସାମିଲ ଥିଲେ ସେ ନେଇ ପୋଲିସ ପକ୍ଷରୁ ତନାଘନା କରାଯାଉଛି ।

ଏଠି କହିରଖିବୁ, ୨୦୨୦ରେ ଜଣେ ନିହଙ୍ଗ ପ୍ରଦର୍ଶନକାରୀ ପାଟିଆଲାରେ ଜଣେ ପୋଲିସ କର୍ମୀଙ୍କ ହାତ କାଟି ଦେଇଥିଲେ । କୋଭିଡ ସମୟରେ ପୋଲିସ କର୍ମୀ ଜଣକ ଏହି ଇଲାକାରେ ଲକ ଡାଉନ ଲଗାଇବାକୁ ଚେଷ୍ଟା କରୁଥିବାବେଳେ ଏହି ଘଟଣା ଘଟିଥିଲା ।

Leave A Reply

Your email address will not be published.