Latest Odisha News

BREAKING NEWS

ରାଜ୍ୟରେ ମନ୍ଦିର ଖୋଲନ୍ତୁ ସରକାର

ଭୁବନେଶ୍ୱର: ରାଜ୍ୟରେ ମନ୍ଦିର ଓ ମସଜିଦ୍ ଖୋଲିବାକୁ ଦାବି କରିଛନ୍ତି ବିରୋଧୀ । କଂଗ୍ରେସ କହିଛି, ସାରା ଭାରତରେ ମନ୍ଦିର ଓ ମସଜିଦ୍ ଖୋଲିଲାଣି । ଓଡିଶାରେ ବି ଶୀଘ୍ର ଖୋଲିବା ଆବଶ୍ୟକ । ପୁରୀର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନଲାଇନ୍ ଦର୍ଶନ ପାଇଁ ବୁକିଂ ବ୍ୟବସ୍ଥା ଉଚିତ ନୁହେଁ । ରଥଯାତ୍ରା ଲାଗି ପୁରୀ ଜିଲ୍ଲାବାସୀ ଅନେକ ପରିଶ୍ରମ କରିଛନ୍ତି, ସେମାନେ ମହାପ୍ରଭୁଙ୍କ ପ୍ରଥମେ ଦର୍ଶନ କରନ୍ତୁ । ତାପରେ ସାଧାରଣ ଲୋକଙ୍କ ଦର୍ଶନ ବ୍ୟବସ୍ଥା କରାଯାଉ । ମନ୍ଦିର ଖୋଲିବାକୁ ସରକାରଙ୍କ ଅନୁମତି ଦାବି କରି କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି ।

ସେପଟେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ସାରା ଭାରତରେ ଧର୍ମାନୁଷ୍ଠାନ ଖୋଲିଲାଣି । ଓଡିଶାରେ ରଥଯାତ୍ରା ହୋଇପାରିଲା, ମନ୍ଦିର କାହିଁକି ଖୋଲିବନି । ଲୋକେ ମାନସିକ ଶାନ୍ତି ପାଇଁ ମନ୍ଦିର ଯାଆନ୍ତି । ଗାଁ ଗହଳିରେ ଲୋକ ଚାପଗ୍ରସ୍ତ ହୋଇଗଲେଣି । ଲୋକଙ୍କ ମାନସିକ ଚାପ ବଢୁଛି । ସେଠାକୁ ଗଲେ ଲୋକ ମାନସିକ ଶାନ୍ତି ପାଆନ୍ତି । ତେଣୁ ଆବଶ୍ୟକ ଗାଇଡଲାଇନ୍ ସହ ମନ୍ଦିର ଖୋଲନ୍ତୁ ସରକାର ।

ସେପଟେ ମନ୍ଦିର ଖୋଲିବା ପ୍ରସଙ୍ଗ ନେଇ ବିଜେଡି କହିଛି ଯେ, ଲୋକଙ୍କ ସୁରକ୍ଷା ଯେଉଁଥିରେ ରହିଛି ସେ ନେଇ ଚିନ୍ତା କରି ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ନେବେ ।

Leave A Reply

Your email address will not be published.