Latest Odisha News

BREAKING NEWS

ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ; କମାଣ୍ଡରଙ୍କୁ ଗୁଳି ମାରି ନିଜକୁ ଗୁଳି କଲେ ଯବାନ

ଋାଞ୍ଚି: ଝାଡଖଣ୍ଡସ୍ଥିତ ରାଞ୍ଚି ନିକଟରେ ଥିବା ଖେଲଗାଁରେ ରହିଥିବା ଏକ ସିଆରପିଏଫ୍ କ୍ୟାମ୍ପରେ ସୋମବାର ଦିନ ଜଣେ କମ୍ପାନୀ କମାଣ୍ଡରଙ୍କ ସହ ଅନ୍ୟଜଣେ ଯବାନଙ୍କର ମୃତ୍ୟୁ ଘଟିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆଜି ସକାଳେ କୌଣସି କାରଣବଶତଃ କମ୍ପାନୀ କମାଣ୍ଡର ଓ ଯବାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଏଥିରେ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ ଯବାନ ପ୍ରଥମେ କମ୍ପାନୀ କମାଣ୍ଡରଙ୍କୁ ଗୁଳି ମାରିଦେଇଥିଲେ ଏବଂ ପରେ ନିଜକୁ ମଧ୍ୟ ଗୁଳି କରିଥିଲେ । ତେବେ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

ଗୁଳି ମାରିଥିବା ଯବାନଙ୍କର ନାମ ବିକ୍ରମ ରାଜବାଡେ ହୋଇଥିବା ବେଳେ କମ୍ପାନୀର କମାଣ୍ଡର ଜଣଙ୍କୁ ମେଲାରାମ କୁରେ ରୂପେ ଚିହ୍ନଟ କରାଯାଇଛି ।

ବେଦିନ ରାୟପୁରର ସଶସ୍ତ୍ର ପୋଲିସର ଜଣେ ଯବାନ ଡି କମ୍ପାନୀରେ ରହିଥିଲେ, ଯିଏକି ନିର୍ବାଚନ ଡ୍ୟୁଟି ଲାଗି ରାଞ୍ଚିରେ ମୁତୟନ ହୋଇଥିଲେ ।

ପୋଲିସର ସୂଚନାନୁଯାୟୀ ସକାଳ ପ୍ରାୟ ୬ଟା ୨୫ମି. ସମୟରେ ଏହି ଗୁଳିକାଣ୍ଡ ଘଟିଥିବା ବେଳେ ଏହାର କାରଣ ଜାଣିବା ପାଇଁ ଛାନଭିନ୍ ଜାରି ରହିଛି ।

ଗତ ୨ ଦିନ ପୂର୍ବେ ଝାରଖଣ୍ଡର ଗୁମଲା ଜିଲ୍ଲାର ଏକ ମତଦାନ କେନ୍ଦ୍ରରେ ପୋଲିସ ଗୁଳିରେ ଜଣେ ଯୁବକଙ୍କ ମୃତ୍ୟୁ ହେବା ସହ ୬ ଜଣ ଗୁରୁତର ଆହତ ହୋଇଥିବା ନେଇ ଏକ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.