Latest Odisha News

ଅଟୋରେ ଆସି ଭୋଟ୍ ଦେଲେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ୍‌

ଭୁବନେଶ୍ବର: ଆଜି  ଆରମ୍ଭ ହୋଇଯାଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଏହି ପରିପେକ୍ଷୀରେ ୫ ଟି ସଚିବ ତଥା ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ୍‌ ଭୋଟ ଦେଇଛନ୍ତି ।

ସେ ଅଟୋରେ ଆସି ୟୁନିଟ୍‌-୬, ୪୪ ନମ୍ବର ବୁଥ୍‌ରେ ପହଞ୍ଚି ଭୋଟ ଦେଇଛନ୍ତି । ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି । ସେ ଭୋଟ ଦେବା ପରେ ସମସ୍ତଙ୍କୁ ଭୋଟ ଦେବାକୁ  ନିବେଦନ କରିଛନ୍ତି । ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ।  ଅଟୋ ଚାଳକ ସଂଘ ମୋତେ ଆଟୋରେ ଆସିବାକୁ ଅନୁରୋଧ କରିଥିଲେ, ତେଣୁ ଅଟୋରେ ଆସି ଭୋଟ ଦେଲି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ୍‌ ।

ରାଜ୍ୟରେ ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଭୋଟର ନିଜ ମତ ସାବ୍ୟସ୍ତ କରୁଛନ୍ତି। ବହୁ ନେତା,ଅଭିନେତା ମାନେ ଆସି ନିଜର ଭୋଟ ଦେଇ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.