ଭୁବନେଶ୍ୱର: ଦେଶର ରାଜଧାନୀକୁ ବି ପଛରେ ପକାଇ ଦେଇଛି ଓଡିଶା । ରାଜ୍ୟରେ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି । କୁହୁଡ଼ି ଆସ୍ତରଣ ଭିତରେ ବାୟୁରେ ଧୂଳିକଣା ଜମାଟ ବାନ୍ଧିବା ପରି ପ୍ରତିତ ହେଉଛି । ୫ଟି ସହରରେଏକ୍ୟୁଆଇ ୩୦୦ ପାର୍ କରିଥିବାବେଳେ, ୮ଟି ସହରରେ ଲଗାତାର ଭାବେ ପ୍ରଦୂଷଣ ସ୍ତର ଚିନ୍ତାଜନକ ପାଲଟିଛି ।
ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ ତଥ୍ୟ ଅନୁଯାୟୀ, ଗୁରୁବାର ବାଲେଶ୍ୱରରେ ବାୟୁର ମାନ(ଏକ୍ୟୁଆଇ) ୩୩୭ ଥିଲା । ବାରିପଦାଏକ୍ୟୁଆଇ ୩୧୯, ତାଳଚେର ୩୧୦,ଭୁବନେଶ୍ୱର ୩୦୫, କଟକ ୩୦୪, ଅନୁଗୁଳ ୨୯୬, ବ୍ୟାସନଗର ୨୮୩,କେନ୍ଦୁଝର ୨୭୭ ଛୁଇଁଥିଲା । ସକାଳ ଓ ସନ୍ଧ୍ୟା ସମୟରେ ବାୟୁ ପ୍ରଦୂଷଣ ଦ୍ରୁତ ଗତିରେ ବଢ଼ୁଛି ।
ଲଗାତାର ଭାବେ ଓଡ଼ିଶାରେ ଏଭଳି ବାୟୁ ପ୍ରଦୂଷଣ ପୂର୍ବରୁ କେବେ ନଥିଲା । ଏହାକୁ ନେଇ ପାଣିପାଗ ବିଶେଷଜ୍ଞ ଓ ପରିବେଶ ପ୍ରେମୀ ଚିନ୍ତା ପ୍ରକଟ କରିଛନ୍ତି ।