Latest Odisha News

BREAKING NEWS

ହାଲୁକା ‘ଟକିଲା’ ପୋପ୍ ଫ୍ରାନ୍ସିସଙ୍କ ଆଣ୍ଠୁ ଯନ୍ତ୍ରଣା କମେଇ ଦେବ

ଭୁବନେଶ୍ୱର: କ୍ୟାଥୋଲିକ୍ ଚର୍ଚ୍ଚ ମୁଖ୍ୟଙ୍କୁ ହାଲୁକା ଟକିଲା ଦରକାର । ଯେଉଁଥିରେ ତାଙ୍କ ଆଣ୍ଠୁ ଯନ୍ତ୍ରଣା କମିଯିବ । ଅତି ନିକଟରେ ପୋପ୍ ତାଙ୍କର କିଛି ଶୁଭେଚ୍ଛୁଙ୍କୁ ଭେଟି ଆଲୋଚନା କରୁଥିଲେ । ଏହି ସମୟରେ କିଛି ଯୁବ ଶୁଭେଚ୍ଛୁ ତାଙ୍କୁ ଆଣ୍ଠୁ ଯନ୍ତ୍ରଣା ବିଷୟରେ ପଚାରିଥିଲେ ।

ଏହାର ଉତ୍ତରରେ ପୋପ୍ କହିଥିଲେ, ହାଲୁକା ଟକିଲା ମିଳିଲେ ଆଣ୍ଠୁ ଯନ୍ତ୍ରଣା କମିଯିବ । ଏହା ଶୁଣି ଉପସ୍ଥିତ ଶ୍ରୋତା ମଣ୍ଡଳୀଙ୍କ ମଧ୍ୟରେ ହାସ୍ୟରୋଳ ଛାଇ ଯାଇଥିଲା । ତା ପରେ କିଛି ମେକ୍ସିକାନ ଶୁଭେଚ୍ଛୁ ଆସନ୍ତା ଭେଟରେ ତାଙ୍କୁ କିଛି ଟକିଲା ଆଣିଦେବେ ବୋଲି କହିଥିଲେ ।

ଟକିଲା ବିଶ୍ୱର ଅତି ପସନ୍ଦଯୋଗ୍ୟ ମଦ୍ୟ ପାନୀୟ । ଯାହା ମେକ୍ସିକୋ ର ଜାତୀୟ ପାନୀୟ ହିସାବରେ ମଧ୍ୟ ଗଣାଯାଏ ।

ସୂଚନାଯୋଗ୍ୟ, ପୋପ୍ ବିଗତ କିଛି ଦିନ ହେବ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ବିଭିନ୍ନ ଗସ୍ତ ସବୁ ବନ୍ଦ କରୁଛନ୍ତି । ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଆରକିବିଶୋପଙ୍କୁ ଦୂତ କରି ପଠାଉଛନ୍ତି ।

 

Leave A Reply

Your email address will not be published.