Latest Odisha News

BREAKING NEWS

ରାଜ୍‌ କୁନ୍ଦ୍ରାଙ୍କ ଜାମିନ ସମାଜକୁ ଭୁଲ୍‌ ବାର୍ତ୍ତା ପହଞ୍ଚାଇବ; ମୁମ୍ବାଇ ପୋଲିସ

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ନିର୍ମାଣ ଏବଂ ପ୍ରସାରଣ ମାମଲାରେ ବିଶିଷ୍ଟ ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ଏ‌ବେ ସେ ପୋଲିସ ହାଜତରେ ଅଛନ୍ତି। ତେବେ ରାଜ୍‌ଙ୍କୁ ଜାମିନ ମିଳିଳେ ଏହା ସମାଜ ପାଇଁ ଖରାପ ବାର୍ତ୍ତା ପହଞ୍ଚାଇବ ବୋଲି ମୁମ୍ବାଇ ପୋଲିସ ଭୟ କରୁଛି।

ମୁମ୍ବାଇ ପୋଲିସ କହିଛି ଯେ ଯଦି ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଜାମିନ ପାଆନ୍ତି, ତେବେ ସେ ମଧ୍ୟ ନୀରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ପଥ ଅନୁସରଣ କରିପାରନ୍ତି। ବାସ୍ତବରେ ମୁମ୍ବାଇ ପୋଲିସ ମଙ୍ଗଳବାର ଦିନ ମୁମ୍ବାଇ କୋର୍ଟରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନକୁ ବିରୋଧ କରି କହିଛି ଯେ ତାଙ୍କୁ ଜାମିନ ମିଳିବା ସମାଜକୁ ଭୁଲ ବାର୍ତ୍ତା ପହଞ୍ଚାଇବ ଏବଂ ଫେରାର୍‌ ମଧ୍ୟ ହୋଇପାରନ୍ତି।

ପୋଲିସ କୋର୍ଟଙ୍କୁ କହିଛି ଯେ ଯଦି ତାଙ୍କୁ ଜାମିନରେ ଛାଡି ଦିଆଯାଏ ତେବେ ସେ ପୁନର୍ବାର ଅପରାଧ କରିପାରନ୍ତି କିମ୍ବା ଖସିଯିବାକୁ ଚେଷ୍ଟା ମଧ୍ୟ କରିପାରନ୍ତି।

Comments are closed.