ଆସୁଛି ଶୀତ । ଖୋଜା ପଡ଼ିବ ଶୀତ ପୋଷାକ, ଦରକାର ପଡ଼ିବ ଗରମ ଉପଚାର । ଥଣ୍ଡାରୁ ନିସ୍ତାର ପାଇବା ପାଇଁ ଖୋଜୁଛନ୍ତି କି ରୁମ୍ ହିଟର ? କମ୍ ଦାମରେ ମିଳୁଛି ରୁମ୍ ହିଟର । ବେଳେବେଳେ ଚଢା ଦାମ ଯୋଗୁଁ ଇଲେକ୍ଟ୍ରିକ ଉପକରଣ କିଣିବା ସମ୍ଭବ ହୋଇ ନ ଥାଏ । ହେଲେ ଇ-କମର୍ସ ପ୍ଲାଟଫର୍ମରେ କମ ଦାମରେ ମିଳୁଛି ଦମଦାର ରୁମ୍ ହିଟର । ଏହାକୁ ଘରେ ରଖି ପାରିବେ, ଦରକାର ପଡ଼ିଲେ ନିଜ ସାଥିରେ ନେଇ ଯେ କୌଣସି ବି ସ୍ଥାନକୁ ଯାଇପାରିବେ ।
ଏହି ପୋର୍ଟେବୁଲ ରୁମ ହିଟରର ଦାମ ୫୯୯ରୁ ଆରମ୍ଭ । ଅନଲାଇନ ସପିଂ ଆପ୍ ଆମାଜନରେ Belluxa ବ୍ରାଣ୍ଡର ଏହି ହିଟର ମିଳୁଛି । ଏହାକୁ ବେଡ୍ରୁମ୍, କାର୍ଯ୍ୟାଳୟ ଏବଂ ବାଥରୁମରେ ମଧ୍ୟ ରଖି ପାରିବେ ।
ଏହି ହିଟରର ଓଜନ ୪୦୦ ଗ୍ରାମ । ଏଥିରେ ଆପଣ ଚାହିଁଲେ ଏହାର ତାପମାତ୍ରା ନିୟନ୍ତ୍ରଣ କରି ପାରିବେ । ଏଥିପାଇଁ ଏକ ସୁଇଚ ବି ଦିଆ ଯାଇଛି । ପାୱାର ଅନ୍-ଅଫ କରିବାର ସୁଇଚ୍ ସହ ସ୍ପିଡ ଏବଂ ଟାଇମର ମଧ୍ୟ ରହିଛି । ଏହାକୁ ସକେଟରେ ଲଗାଇଲେ ଏହା କାମ କରିବା ଆରମ୍ଭ କରିବ ।
୪୦୦ ୱାଟର କ୍ଷମତା ବିଶିଷ୍ଟ ଏହି ରୁମ ହିଟର ୧୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବା ପରେ ଆପେ ଆପେ ବନ୍ଦ ହୋଇଯାଇଥାଏ । ଏହାର ବ୍ୟବହାର ଛୋଟ ରୁମରେ କରାଯାଇ ପାରିବ । ଯଦିଓ ଆମାଜନରେ ଏହାର ରିଭ୍ୟୁ ଭଲ ଆସିଛି , ତଥାପି ଏହାକୁ କିଣିବା ପୂର୍ବରୁ ଭଲରେ ଯାଞ୍ଚ କରିବା ଉଚିତ୍ ।
Comments are closed.