Latest Odisha News

BREAKING NEWS

ପଦ୍ମପୁରରେ ବଳ ବଢ଼ାଉଛି ବିଜେଡି

ବରଗଡ଼: ଉପନିର୍ବାଚନ ପାଇଁ ପଦ୍ମପୁରରେ ସରଗରମ ହେଉଛି ମାହୋଲ । ଆରମ୍ଭ ହୋଇଛି ମିଶ୍ରଣ ପର୍ବ । କର୍ମୀ ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ୍ ହେଉଛନ୍ତି । ଆଜି ବିଜେଡି ପକ୍ଷରୁ ପାଇକମାଲରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଯେଉଁଥିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ମିଶିଛନ୍ତି ।

ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ବିଜେଡିରେ ସାମିଲ୍ ହୋଇଛନ୍ତି । ଏହି କର୍ମୀ ସମ୍ମିଳନୀରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ନବ କିଶୋର ଦାଶ, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଦଳର ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି, ବିକାଶଧାରା ଓ ଦୁର୍ନୀତିମୁକ୍ତ ଶାସନ ପ୍ରତି ଆକୃଷ୍ଟ ହୋଇ ସାମିଲ୍ ହୋଇଥିବା କହିଛନ୍ତି କର୍ମୀ । ପଦ୍ମପୁର ଉପ ନିର୍ବାଚନ ପୂର୍ବରୁ ପ୍ରତିଦିନ ଅନ୍ୟ ଦଳର ବହୁ ଶହ ଶହ କର୍ମୀ ମିଶୁଛନ୍ତି । ଉପ ନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ଦଳର ନେତା ।

Leave A Reply

Your email address will not be published.