Latest Odisha News

ଟି ୨୦ ଦ୍ବିତୀୟ ମ୍ୟାଚରେ ଜିିତିବ ଭାରତ: ପାଣ୍ଡ୍ୟା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଭାରତ ଓ ଆୟରଲାଣ୍ଡ ମଧ୍ୟରେ ଆଜି  ୨ୟ  ଟି-20 ମ୍ୟାଚ ଖେଳାଯିବ । ଡବଲିନରେ ୨ୟ ମ୍ୟାଚ୍‍ରେ  ସଞ୍ଜୁ ସାମ୍‌ସନ କିମ୍ବା ରାହୁଲ ତ୍ରିପାଠୀ ଖେଳିପାରନ୍ତି।  ବାମହାତି ପେସ୍ ବୋଲର ଅର୍ଶଦୀପ ସିଂହ ଖେଳିବାର ଯଥେଷ୍ଟ ସମ୍ଭାବନା ଅଛି।

ଭୁବନେଶ୍ବର କୁମାର ଓ ଯୁଜବେନ୍ଦ୍ର ଚହଲଙ୍କ ମୁକାବିଲା କରିବା ଅବଶ୍ୟ ଆୟରଲାଣ୍ଡ ବ୍ୟାଟ୍‌ସମ୍ୟାନଙ୍କ ପାଇଁ ଚିନ୍ତାର ବିଷୟ। ଭାରତୀୟ ଅଧିନାୟକ ହାର୍ଦ୍ଦିକ କହିଛନ୍ତି,  ଆମେ ଜିତିବା ପାଇଁ ପଡିଆକୁ ଓହ୍ଲାଇବୁ । କାହାକୁ ପରିବର୍ତ୍ତନ କରିବୁ ତାହା ନିଷ୍ପତ୍ତି ନେବୁ ।   ଏହି ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରି ବିଶ୍ବକପ୍‌ ପର୍ଯ୍ୟନ୍ତ ଦଳରେ ସ୍ଥାନ ବଜାୟ ରଖିବା ଏବଂ ବିଶ୍ବକପ୍‌ ପାଇଁ ଦଳରେ ସ୍ଥାନପାଇବା ଲକ୍ଷ୍ୟରେ ସବୁ ଭାରତୀୟ ଖେଳୁଛନ୍ତି।

ଭାରତୀୟ ଦଳ: ରୁତୁରାଜ ଗାଇକୱାଡ / ସଞ୍ଜୁ ସାମସନ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଆକ୍ସର ପଟେଲ, ଭୁବନେଶ୍ୱର କୁମାର, ଆବେଶ ଖାନ, ୟୁଜବେନ୍ଦ୍ର ଚହଲ, ଉମରନ ମଲିକ, ହର୍ଷଲ ପଟେଲ, ଭେଙ୍କଟେଶ ଇୟର, ରାହୁଲ ତ୍ରିପାଠୀ

Leave A Reply

Your email address will not be published.