Latest Odisha News

BREAKING NEWS

ଯବାନ ରିଲିଜ ତାରିଖ ଘୁଂଚିଲା: ଆନିମଲ, ଗଦର ୨ ସହ ହେବନି ମୁହାଁମୁହିଁ

ମୁମ୍ବାଇ: ଶାହାରୁଖ ଖାଁଙ୍କ ଯବାନ ଫିଲ୍ମକୁ ଦେଖିବା ପାଇ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ତେବେ ବଲିଉଡ ହଙ୍ଗାମାରେ ପ୍ରକାଶିତ ତାଜା ରିପୋର୍ଟ ଅନୁସାରେ ଏବେ ଏହା ଜୁନ ୨ ବଦଳରେ ଅଗଷ୍ଟ ୨୫ରେ ରିଲିଜ ହେବ । ମେକର୍ସଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ଭିଏଫଏକ୍ସ ଯୋଗୁ ଏଥିରେ ବିଳମ୍ବ ଘଟୁଥିବା ଅନୁମାନ କରାଯାଉଛି । ଉଭୟ ଅଟୀଲ ଓ ଶାହାରୁଖ ଏହାକୁ ଆନ୍ତର୍ଜାତୀୟସ୍ତରର ଫିଲ୍ମ କରିବା ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି । ପୂର୍ବରୁ ଯବାନ ରିଲିଜ ତାରିଖ ସହ ରଣବୀର କାପୁରଙ୍କ ଆନିମଲ ଏବଂ ସନୀ ଦେଓଲଙ୍କ ଗଦର ୨ ମୁହାଁମୁହିଁ ହେବ ବୋଲି ଆଶଙ୍କା କରାଯାଉଥିଲା । ୩ଟି ଯାକ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ଥିବାରୁ ଏଥିରେ ବ୍ୟବସାୟ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଥିଲା ।

ଗଦର ୨ ଏବଂ ଆନିମଲ ସେମାନଙ୍କ ପୂର୍ବ ନିର୍ଦ୍ଧାରିତ ତାରିଖରେ ରିଲିଜ ହେବ ବୋଲି ଆଶା କରାଯାଉଛି । ଏବେ ଅଗଷ୍ଟ ୧୧ରେ ଏହି ଫିଲ୍ମ ରିଲିଜ ହେଲେ ଫାଇଦାରେ ରହିବ । ୱିକେଣ୍ଡ ପରେ ମଙ୍ଗଳବାରେ ଅଗଷ୍ଟ ୧୫ ପଡୁଥିବାରୁ ଏହା ମଧ୍ୟ ଭଲ ବ୍ୟବସାୟ କରାଇବାରେ ସହାୟ ହେବ । ଆନିମଲକୁ ସନ୍ଦୀପ ରେଡୀ ବାଙ୍ଗା ଓ ଗଦର ୨କୁ ଅନୀଲ ଶର୍ମା ନିର୍ଦ୍ଦେଶନା ଦେଉଛନ୍ତି ।

Leave A Reply

Your email address will not be published.