Latest Odisha News

BREAKING NEWS

ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି; ଲୋକାୟୁକ୍ତରେ ହାଜର ହେଲେ ୨ ଆଇଏଏସ ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ଲୋକାୟୁକ୍ତରେ ହାଜର ହୋଇଛନ୍ତି ୨ ବରିଷ୍ଠ ଆଇଏଏସ ଅଧିକାରୀ ।

ସେମାନଙ୍କ ମଧ୍ୟରେ ରହିଛନ୍ତି- ତତ୍କାଳୀନ କ୍ରୟ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ଆଇଏଏସ ହେମନ୍ତ କୁମାର ଶର୍ମା ଏବଂ ଅନ୍ୟଜଣେ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ । ସେମାନେ ଲୋକାୟୁକ୍ତ ଆଗରେ ଲିଖିତ ଭାବେ ନିଜର ଉତ୍ତର ରଖିଛନ୍ତି ।

ତେବେ ଶୁଣାଣି ପରେ ଉଭୟ ହେମନ୍ତ କୁମାର ଶର୍ମା ଏବଂ ଯାମିନୀ ଷଡଙ୍ଗୀ ଗଣମାଧ୍ୟମ ସମ୍ମୁଖରେ କିଛି ପ୍ରତିକ୍ରିୟା ଦେବା ପାଇଁ ମନା କରି ଦେଇଛନ୍ତି ।

ଅଧିକ ପଢନ୍ତୁ- ପିପିଇ କିଟ୍ କିଣା ଦୁର୍ନୀତି: ବିଜେପି-ବିଜେଡି ତୁ ତୁ ମେଁ ମେଁ

ଆହୁରି ମଧ୍ୟ ଓଡିଶା କଂଗ୍ରେସର ଅଭିଯୋଗ ପରେ ରାଜ୍ୟ ସରକାର ଗତ ଜୁନ୍ ୫ ତାରିଖରେ ଶ୍ରୀ ଶର୍ମାଙ୍କୁ ଏହି ପଦବୀରୁ ହଟାଇ ଦେଇଥିଲେ ।

Leave A Reply

Your email address will not be published.