Latest Odisha News

BREAKING NEWS

ପିପିଏଫ ଆକାଉଣ୍ଟ ନୋମିନି ପରିବର୍ତ୍ତନ ହେଲା ଦେୟମୁକ୍ତ

ନୂଆଦିଲ୍ଲୀ: ଏଣିକି ଆଉ ପିପିଏଫ ଆକାଉଣ୍ଟ ନୋମିନି ପରିବର୍ତ୍ତନ ପାଇଁ ଚାର୍ଜ ଦେବାକୁ ପଡିବ ନାହିଁ । ଆର୍ଥିକ ସଂସ୍ଥାଗୁଡ଼ିକ ଏନେଇ ଯେଉଁ ଚାର୍ଜ ଲଗାଉଥିଲେ, ତାହା ଏବେ ଆଉ ଲଗାଯିବ ନାହିଁ । ଏଣିକି ଦେୟମୁକ୍ତ ହେବ ପିପିଏଫ ଆକାଉଣ୍ଟ ନୋମିନି ପରିବର୍ତ୍ତନ ପ୍ରକ୍ରିୟା । ଏନେଇ ଏକ୍ସରେ ସୂଚନା ଜାରି କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏନେଇ କେନ୍ଦ୍ର ସରକାର ଗତ ୨ ତାରଖରେ ନିୟମ ପରିବର୍ତ୍ତନ କରିଛନ୍ତି ।

ପିପିଏଫ ନାମାଙ୍କିତ ବ୍ୟକ୍ତିଙ୍କ ପାଇଁ ବଡ ଖୁସି ଖବର ଦେଇ ଅର୍ଥମନ୍ତ୍ରୀ ଲେଖିଛନ୍ତି, ଭାରତ ସରକାର ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ଆକାଉଣ୍ଟରେ ନାମାଙ୍କିତ ବ୍ୟକ୍ତିଙ୍କ ବିବରଣୀ ଅପଡେଟ୍ କିମ୍ବା ପରିବର୍ତ୍ତନ କରିବା ପାଇଁ ନିଃଶୁଳ୍କ କରିଛନ୍ତି । ଏପରି ପରିବର୍ତ୍ତନ ପାଇଁ ଆର୍ଥିକ ସଂସ୍ଥାଗୁଡ଼ିକ ୫୦ ଟଙ୍କା ଶୁଳ୍କ ଲାଗୁ କରୁଥିବା ନଜିର ରହିଛି । ପିପିଏଫ ଆକାଉଣ୍ଟରେ ନାମାଙ୍କିତ ବ୍ୟକ୍ତିଙ୍କ ବିବରଣୀ ଅପଡେଟ୍ କରିବା ଏବେ ମାଗଣା ଏବଂ ସହଜ ହୋଇଯାଇଛି । ୨୦୨୫ ବ୍ୟାଙ୍କିଙ୍ଗ ଆମେଣ୍ଡମେଣ୍ଟ ବିଲ୍‌ରେ ଏହି ବ୍ୟବସ୍ଥା ମଧ୍ୟ ସ୍ଥାନିତ ହୋଇଥିବା କହିଛନ୍ତି ମନ୍ତ୍ରୀ । ଏଥିସହିତ ଏହି ଆକାଉଣ୍ଟରେ ଆପଣ ୪ଜରଙ୍କୁ ନୋମିନି ରଖିପାରିବେ । ବ୍ୟାଙ୍କିଂ ସଂଶୋଧନ ବିଲ୍ ୨୦୨୫ ଅନୁଯାୟୀ, ବର୍ତ୍ତମାନ ଜମାକାରୀମାନେ, ସେମାନଙ୍କର ପିପିଏଫ ପାଣ୍ଠି ବଣ୍ଟନ ପାଇଁ ସର୍ବାଧିକ ୪ ଜଣଙ୍କୁ ମନୋନୟନ କରିପାରିବେ ।

ପିପିଏଫ ହେଉଛି ଏକ ସରକାର-ସମର୍ଥିତ ସଞ୍ଚୟ ଯୋଜନା  । ଯାହା ନିବେଶକମାନଙ୍କୁ ଦୀର୍ଘକାଳୀନ ସମ୍ପତ୍ତି ସୃଷ୍ଟି ଲାଭ ସହିତ କରମୁକ୍ତ ଏବଂ ନିଶ୍ଚିତ ରିଟର୍ଣ୍ଣ ପାଇବାକୁ ଅନୁମତି ଦେଇଥାଏ । ଗ୍ରାହକ ଆୟକର ଆଇନ, ୧୯୬୧ର ଧାରା ୮୦ସି ଅନୁଯାୟୀ ପିପିଏଫରେ ନିବେଶ କରି କରଦାତା ଲାଭ ଉପଭୋଗ କରିପାରିବେ । ଯାହାକି କ୍ଷୁଦ୍ର ସଞ୍ଚୟ ଯୋଜନାର ଏକ ଅଂଶ ।

 

Comments are closed.