Latest Odisha News

BREAKING NEWS

ଫ୍ଲପ୍ ପରେ ବି ପ୍ରଭାସଙ୍କ ଚାହିଦା କମୁନି : ‘ପ୍ରୋଜେକ୍ଟ କେ’ ପାଇଁ ନେବେ ୧୫୦ କୋଟି

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଅଭିନିତ ଫିଲ୍ମ ‘ଆଦିପୁରୁଷ’ ଫ୍ଲପ୍ ହୋଇଛି । ଏହି ଫିଲ୍ମ ଗତ ୧୬ ତାରିଖରେ ରିଲିଜ୍ ହେବା ମାତ୍ରେ ହିଁ ବିବାଦ ଦେଖାଦେଲା । ନିମ୍ନମାନର କାହାଣୀ ଓ ସଂଳାପକୁ ନେଇ ବିବାଦ ଉପୁଜିଲା । ବିଭିନ୍ନ ସ୍ଥାନରେ ଫିଲ୍ମକୁ ବ୍ୟାନ୍ କରିବାକୁ ମଧ୍ୟ ଦାବି ହେଲା । ରାମାୟଣ ଉପରେ ଆଧାରିତ ଏହି ଫିଲ୍ମ ଦେଖିବାକୁ ଲୋକେ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଥିଲେ, ହେଲେ ରିଲିଜ୍ ପରେ ଲୋକଙ୍କ ମନ କିଣି ପାରିଲା ନାହିଁ ଏହି ଫିଲ୍ମ । ତେବେ ଆଗକୁ ଆସୁଥିବା ଫିଲ୍ମ ‘ପ୍ରୋଜେକ୍ଟ କେ’ରେ ନଜର ଆସିବେ ପ୍ରଭାସ । ଏହି ଫିଲ୍ମ ପାଇଁ ସେ ନିଜର ପାରିଶ୍ରମିକ ଓ ରିଲିଜ୍ ପରେ ହେବାକୁ ଥିବା ଲାଭର ସେୟାରକୁ ମିଶାଇ ୧୫୦କୋଟି ନେବେ ବୋଲି ଜଣାପଡ଼ିଛି ।

ଏହି ଖବର ସାମ୍ନାକୁ ଆସିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଫ୍ଲପ ପରେ ଫ୍ଲପ ଫିଲ୍ମ ଦେଇ ଆସୁଥିବା ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଚାହିଦା ଏବେ ବି କମିନି । ତାଙ୍କୁ ଏତେ ପାରିଶ୍ରମିକ କାହିଁକି ଦିଆଯାଉଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ସେ ‘ପ୍ରୋଜେକ୍ଟ କେ’ ପାଇଁ ୨୦କୋଟି ପାରିଶ୍ରମିକ ନେବା ସହ ଫିଲ୍ମରେ ହେବାକୁ ଥିବା ଲାଭରୁ ମଧ୍ୟ ନିଜର ସେୟାର ନେବେ । ଏହାକୁ ମିଶାଇ ସେ ମୋଟ ୧୫୦କୋଟି ନେବେ ବୋଲି ଚର୍ଚ୍ଚା ହେଉଛି । ଏହି ଫିଲ୍ମ ପାଇଁ ଅଭିନେତ୍ରୀ ଦୀପିକା ପାଦୁକୋନ ୧୦କୋଟି ଓ ବିଗ୍ ବି ଅମିତାଭ ବଚ୍ଚନ ୨୦କୋଟି ପାରିଶ୍ରମିକ ନେବେ । ଏହା ପୂର୍ବରୁ ପ୍ରଭାସଙ୍କ ଅଭିନିତ ଫିଲ୍ମ ସାହୋ, ରାଧେ ଶ୍ୟାମ୍ ଫ୍ଲପ ହୋଇଛି ।

Comments are closed.