Latest Odisha News

BREAKING NEWS

ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରର ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । କଳା ସମ୍ମାନରେ ପାସ୍ ହାର ୯୦.୫୯ ପ୍ରତିଶତ ରହିଥିବା ବେଳେ କଳା (ସାଧାରଣ)ରେ ପାସ୍ ହାର ୯୩.୦୧ ପ୍ରତିଶତ ରହିଛି । କଳାରେ ହାରାହାରି ମୋଟ୍ ପାସହାର ୯୦.୬୨ ପ୍ରତିଶତ ରହିଥିବା ବେଳେ ୨୫ ହଜାର ୩୫୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଉତ୍ତୀର୍ଣ୍ଣ ହୋଇଛନ୍ତି ୧୯ ହଜାର ୭୭୦ ଜଣ ।

ବିଜ୍ଞାନରେ ପାସ୍ ହାର ୯୫.୨୬ ପ୍ରତିଶତ ରହିଥିବା ବେଳେ ୧୩ ହଜାର ୬୯୩ ଜଣରୁ ୧୧ ହଜାର ୬୭୧ ଜଣ ପାସ୍ କରିଛନ୍ତି । ସେହିଭଳି ବାଣିଜ୍ୟରେ ପାସ୍ ହାର ୮୯.୨୯ ପ୍ରତିଶତ ରହିଥିବା ବେଳେ ୪ ହଜାର ୧୭୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପାସ୍ କରିଛନ୍ତି ୩ ହଜାର ୧୮୫ ଜଣ ।

ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ ନେଇ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ସୂଚନା ଦେଇଛନ୍ତି । କଳାରେ ୨୦୩୭ ଜଣ ଫେଲ୍ ହୋଇଥିବା ବେଳେ ବିଜ୍ଞାନରେ ୫୮୧ ଏବଂ ବାଣିଜ୍ୟରେ ୩୮୨ ଜଣ ଫେଲ୍ ହୋଇଛନ୍ତି ।

Leave A Reply

Your email address will not be published.