Latest Odisha News

BREAKING NEWS

ଝିଅ ସୁହାନାଙ୍କ ସହ ଏକତ୍ର ଅଭିନୟ କରିବେ ଶାହାରୁଖ, ନିର୍ଦ୍ଦେଶନା ଦେବେ ସିଦ୍ଧାର୍ଥ

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଶାହାରୁଖ ଖାଁ ଏବେ ତାଙ୍କ ଆଗାମୀ ଫିଲ୍ମ ଟାଇଗର ଭର୍ସେସ ପଠାନ, ଡଙ୍କି ଓ ଜବାନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ଶୁଟିଂ ଶେଷ ହେବା ପରେ ଶାହାରୁଖ ନିଜ ଝିଅ ସୁହାନା ଓ ପୁତ୍ର ଆର୍ଯ୍ୟନ ଖାଁଙ୍କ କ୍ୟାରିୟର ପ୍ରତି ମୁଣ୍ଡ ଖେଳାଇବା ଆରମ୍ଭ କରିଛନ୍ତି । ଆର୍ଯ୍ୟନ କ୍ୟାମେରା ପଛରେ ରହି କାର୍ଯ୍ୟ କରିବା ପାଇଁ ନିଷ୍ପତି ନେଇ ସାରିଛନ୍ତି । ଶାହାରୁଖ ଏବେ ନିଜ ଝିଅ ସୁହାନାଙ୍କ ସହ ଏକତ୍ର ଗୋଟିଏ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ତାଙ୍କର ରେଡ ଚିଲିଜ ଏଂଟରଟେନମେଂଟ ପକ୍ଷରୁ ନିର୍ମାଣ କରାଯିବ । ପଠାନ ଫେମ ସିଦ୍ଧାର୍ଥ ଆନନ୍ଦ ଏହାର ନିର୍ଦ୍ଦେଶନା ଦେବେ ।

BjdElectrycity

ଏହି ଫିଲ୍ମର କାହାଣୀ ଗୋପନ ରଖାଯାଇଥିଲେ ମଧ୍ୟ ସିଦ୍ଧାର୍ଥଙ୍କ କହିବା ଅନୁସାରେ ଶାହାରୁଖଙ୍କ ସହ ସୁହାନା ବ୍ୟତୀତ ଅନ୍ୟ କେହି ଏହି ରୋଲ ପାଇଁ ଫିଟ ହେବେନି । ଖୁବ ଶୀଘ୍ର ଏହି ଫିଲ୍ମର ଅନ୍ୟ କଳାକାରଙ୍କ ନାମ ଘୋଷଣା କରାଯିବ । ଚଳିତ ବର୍ଷ ଶେଷ ଭାଗରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇଯିବ ବୋଲି ମେକର୍ସଙ୍କ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ସୁହାନାଙ୍କର ଏହା ପ୍ରଥମ ଫିଲ୍ମ ହେବ । ସେ ପୂର୍ବରୁ ଦି ଆର୍ଚିଜରେ ଅଭିନୟ କରିଥିଲେ ମଧ୍ୟ ଏହା ସିଧା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ।

Leave A Reply

Your email address will not be published.