Latest Odisha News

BREAKING NEWS

କାହାର ହେବ ଭଞ୍ଜନଗର ?

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା ଆସନ । ଦିନେ କଂଗ୍ରେସର ଗଡ ଥିବା ଏହି ସିଟ୍ ପାଲଟିଛି ବିଜେଡିର ଅଭେଦ୍ୟ ଦୁର୍ଗ। ଭଞ୍ଜନଗରରେ ବିଜେଡିରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ଦଳର ଟାଣୁଆ ନେତା ବିକ୍ରମ କେଶରୀ ଆରୁଖ। ଗତ ଛଅ ଥର ହେଲା ଏଠାରୁ ଜିତି ଆସୁଛନ୍ତି ଆରୁଖ । ଏଥର ସପ୍ତମ ଥର ପାଇଁ ବିଜୟ ରଣନୀତି କରୁଛନ୍ତି । ତେବେ ଗତଥର ଭୋଟ୍ ବ୍ୟବଧାନ କମିଥିଲା । ବିକ୍ରମ କେଶରୀ ଆରୁଖ ୭୬ହଜାର ୮୭୯ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୬୭ହଜାର ୭୭୬ଭୋଟ୍ ପାଇଥିଲେ । ୨୦୧୪ରେ ଭୋଟ୍ ବ୍ୟବଧାନ ୨୨ପ୍ରତିଶତ ଥିବା ବେଳେ ଗତଥର ମାତ୍ର ୬ପ୍ରତିଶତ ରହିଥିଲା। ତେଣୁ ଭଞ୍ଜନଗର ଗଡ ରକ୍ଷା କରିବା ଆରୁଖଙ୍କ ପାଇଁ ଏତେ ସହଜ ହେବନି ।

ବିଜେପି ଏଥର ପ୍ରଦ୍ୟୁମ୍ନ ନାୟକଙ୍କୁ ରିପିଟ୍ କରିଛି। ଗତଥର ଭଲ ଫାଇଟ୍ ଦେଇଥିଲେ ପ୍ରଦ୍ୟୁମ୍ନ । ବିଜେଡି ଗଡ କବଜା କରିବା ସହ ଆରୁଖଙ୍କ ବିଜୟଧାରାରେ ବ୍ରେକ୍ ଲଗାଇବାକୁ ସେ ଜୋରଦାର ଉଦ୍ୟମ କରୁଛନ୍ତି । ସେପଟେ କଂଗ୍ରେସରୁ ମଇଦାନକୁ ଓହ୍ଲାଇଛନ୍ତି ପ୍ରଶାନ୍ତ ବିଶୋଇ । ଦିନେ କଂଗ୍ରେସର ଗଡ ରହିଥିବା ଭଞ୍ଜନଗରରେ ସ୍ଥିତି ସଜାଡିବାକୁ ଉଦ୍ୟମ କରୁଛି କଂଗ୍ରେସ। ଗତଥରର କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ତ୍ରିପାଠୀ ମାତ୍ର ୭ହଜାର ୬୯ଭୋଟ୍ ପାଇ ଶୋଚନୀୟ ଭାବେ ହାରିଥିଲେ। ପ୍ରଶାନ୍ତ ଏଥର ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରୁଛନ୍ତି । ତେବେ ମୁଖ୍ୟ ମୁକାବିଲା ବିଜେଡି ଓ ବିଜେପି ମଧ୍ୟରେ ହେବ।

Comments are closed.