Latest Odisha News

BREAKING NEWS

ପ୍ରଫୁଲ୍ଲ କରଙ୍କ ସମେତ ୧୬ ଜଣ ପାଇଲେ ‘ଓଡିଶା ଏକ୍ସଲେନ୍ସି ଆୱାର୍ଡ’

ଭୁବନେଶ୍ୱର: ‘ଓଡିଶା ଏକ୍ସଲେନ୍ସି ଆୱାର୍ଡ’ ୨୦୧୯ର ୨ୟ ସଂସ୍କରଣରେ ପ୍ରଫୁଲ୍ଲ କର (ସଙ୍ଗୀତ), ସୁଦର୍ଶନ ସାହୁ(କଳା) ଓ ଇଲିଆନା ସୀତାରିଷ୍ଟଙ୍କୁ (ନୃତ୍ୟ) ଲାଗି ରବିବାର ଦିନସମ୍ମାନିତ କରାଯାଇଛି ।

ରାଜ୍ୟପାଳ ପ୍ରଫେସର ଗଶେଣୀ ଲାଲ୍ ପ୍ରାୟ ୧୭ ଜଣ ବ୍ୟକ୍ତିବିଶେଷ ଓ ୩ଟି ସଙ୍ଗଠନକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଜଗଦାନନ୍ଦ (ସମାଜ ସେବା), ହରପ୍ରସାଦ ଦାସ(ସାହିତ୍ୟ), ଅଜିତ ଦାସ(ଥିଏଟର୍), ମହେଶ୍ୱତା ରାୟ(ସିନେମା), ଅରୁଣ ବୋଥ୍ରା (ପବ୍ଲିକ୍ ସର୍ଭିସ୍), ଅନୁରାଧା ବିଶ୍ୱାଳ (ଖେଳ), ସନ୍ଦୀପ ସାହୁ (ସାମ୍ବାଦିକ), ଜଗଦିଶ ପ୍ରସାଦ ନାୟକ(ଏଣ୍ଟରପ୍ରେନ୍ୟୁରସିପ୍), ଅରୁଣ କୁମାର ସାବତ(ମୋଟିଭେସନ୍), ଡ. ଅକ୍ଷୟ କୁମାର ରାଉତ (ସ୍ୱାସ୍ଥ୍ୟ), ପ୍ରିୟଦର୍ଶୀନୀ ପାଣି(ଲିଡରସିପ୍), ସବିତା ପଟ୍ଟନାୟକ(ଶିକ୍ଷା), ପ୍ରଶାନ୍ତ ସାହୁ (ଆଇଟି) ଏବଂ ତ୍ରୀନାଥ ଲେଙ୍କା (ୱେଲ୍ଥ ମ୍ୟାନେଜମେଣ୍ଟ)ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଆହୁରି ମଧ୍ୟ ନାଲକୋର କର୍ପୋରେଟ୍ ସୋସିଆଲ୍ ରେସପନ୍ସିବିଲିଟି (ସିଏସଆର୍), ବାଜିରାଓ ଆଇଏଏସ୍ ଏକାଡେମୀ ଫର୍ କୋଚିଂ ଏବଂ ସାଉଥ୍ ଓଡିଶା ଭଲୁନଣ୍ଟାରୀ ଆକ୍ସନ (ସୋଭା)ର କମ୍ୟୁନିଟି ଡେଭଲପମେଣ୍ଟଙ୍କୁ ‘ଓଡିଶା ଏକ୍ସଲେନ୍ସି ଆୱାର୍ଡ’ ୨୦୧୯ ପ୍ରନାଦ କରାଯାଇଛି ।

ଓଡିଶୀ ରିସଚ୍ଚର୍ ସେଣ୍ଟର ଅଡିଟୋରିୟମରେ ଏହି ଇଭେଣ୍ଟ ଓଡିଆ ମିଡିଆ ଦ୍ୱାରା ଆୟୋଜିତ କରାଯାଇଥିଲା ।

ଏହି ଅବସରରେ ପ୍ରଖ୍ୟାତ୍ କବି ଓ ସ୍କଲାର ସୀତାକାନ୍ତ ମହାପାତ୍ର ଏବଂ ଲେଖକ ଓ ସାମ୍ବାଦିକ ସୁଭ୍ରାଂଶୁ ପଣ୍ଡା, ଓଡିଆ ମିଡିଆର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments are closed.