Latest Odisha News

BREAKING NEWS

ନିୟମିତ ଖାଆନ୍ତୁ ଏହିଫଳ, ନିୟନ୍ତ୍ରଣରେ ରହିବ ମଧୁମେହ

ଭୁବନେଶ୍ୱର: ଏକ ସର୍ଭେରୁ ଜଣାପଡିଛି ଯେ, ସାରା ବିଶ୍ୱରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଭାରତରେ ସର୍ବାଧିକ । ତେବେ ଅଧିକାଂଶ ଲୋକ ଡାଇବେଟିସ ନିୟନ୍ତ୍ରଣ ପାଇଁ ମେଡିସିନ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି ।

ଡାଇବେଟିସ ମଣିଷକୁ ଦୁର୍ବଳ କରିଦେବା ସହ ଶରୀରରେ ରୋଗପ୍ରତିରୋଧକ ଶକ୍ତି ନଷ୍ଟ କରିଦିଏ । ତେବେ ଏ ରୋଗକୁ ନିୟନ୍ତ୍ରଣରେ ଆଣିବା ପାଇଁ ଆଜି ଆାମେ ଆପଣଙ୍କୁ ଜଣାଇବୁ ଏକ ସରଳ ଉପାୟ..

ଏଭୋକଡ଼ୋ ଫଳ ମଧୁମେହ ରୋଗୀଙ୍କ ପାଇଁ ମହୈାଷଧି ଭଳି କାମ କରେ । ପ୍ରୋଫେସର ପଲ ସ୍ପାଙ୍ଗୁଲୋ ଗବେଷଣା ମାଧ୍ୟମରେ ପ୍ରଥମେ ଏହା ଜାଣିବାକୁ ପାଇଥିଲେ ଏବଂ ଏହାକୁ ଲୋକଲୋଚନକୁ ଆଣିଥିଲେ ।

ଏଭୋକଡ଼ୋ ଖାଇବା ଦ୍ୱାରା ଡ଼ାଇବେଟିସ ନିୟନ୍ତ୍ରଣରେ ରହିବ କେବଳ ତାହା ନୁହେଁ, ବରଂ ଭବିଷ୍ୟତରେ ମଧ୍ୟ ଆପଣଙ୍କୁ କେବେବି ଡ଼ାଇବେଟିସର ଡ଼ର ରହିବ ନାହିଁ ।

ଆପଣଙ୍କ ଶରୀରରେ ମେଦବହୁଳତାକୁ କମ୍ କରିବାରେ ଏହା ପ୍ରମୁଖ ଭୂମିକା ବହନ କରିଥାଏ ।

Leave A Reply

Your email address will not be published.