Latest Odisha News

BREAKING NEWS

ଇଡିରେ ପ୍ରଫୁଲ୍ଲ ସାମଲ

ଭୁବନେଶ୍ବର: ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ବାରିପଦା ଇଂଜିନିୟରିଂ ଜମି ମାମଲାରେ ହାଜର ହୋଇଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ପ୍ରଫୁଲ୍ଲ ଏବଂ ତାଙ୍କ ପୁଅକୁ ହାଜର ହେବାକୁ ଇଡି ନୋଟିସ କରିଥିଲା । ଭଦ୍ରକ ଭଣ୍ଡାରିପୋଖରୀ ବିଧାୟକଙ୍କ ଘରେ କିଛି ଦିନ ତଳେ ଚଢ଼ାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭୁବନେଶ୍ୱରର ୪ଟି ସ୍ଥାନ ସାଙ୍ଗକୁ ଭଦ୍ରକର ୬ଟି ସ୍ଥାନରେ ଏକକାଳୀନ ଭାବେ ଇଡି ରେଡ୍ କରିଥିଲା । ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜରେ ବହୁ ଦିନ ଧରି ୩୦ କୋଟି ଟଙ୍କା ଅର୍ଥ ହଡପ ହୋଇଥିବାର ଅଭିଯୋଗ ହୋଇଥିଲା । ଏନେଇ ଏକାଧିକ ବାର ପ୍ରତିବାଦ କରିଥିଲେ ଇଞ୍ଜିନିୟରିଂ କଲେଜଜର କମର୍ଚାରୀମାନେ ।

Leave A Reply

Your email address will not be published.