Latest Odisha News

BREAKING NEWS

ଚାଲିଥିଲା ବଜ୍ରକାପ୍ତା ଡିଲ୍ ମାଡି ବସିଲା ବନବିଭାଗ, ୬ ଗିରଫ

ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଚଉରା ଜଙ୍ଗଲରେ ଚାଲିଥିଲା ବଜ୍ରକାପ୍ତା ଡିଲ୍ ଖବରପାଇ ମାଡିବସିଲା ବନ ବିଭାଗ । ଘଟଣାସ୍ଥଳରୁ ୧୧ କେଜିର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବାସହ ୬ ଜଣଙ୍କୁ ଗିରଫ କରିଛି ବନବିଭାଗ । ଏହାସହ ତିନୋଟି ବାଇକ ମଧ୍ୟ ଜବତ କରିଛି ।

ବେଆଇନ ଭାବେ ବଜ୍ରକାପ୍ତା ବେପାର ହେଉଥିବାର କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଏକ ଟିମ୍ ଚଢାଉ କରିଥିଲା । ବନବିଭାଗ ଟିମ୍ କୁ ଦେଖି ବେପାରୀମାନେ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ, ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସଫଳ ହୋଇଛି ଟିମ୍ ।

ତେବେ ବଜ୍ରକାପ୍ତାକୁ କେଉଁଠାକୁ ଚାଲାଣ କରାଯାଉଥିଲା, ଓ ଏଥିରେ ଆଉ କେଉଁମାନେ ସାମିଲ ରହିଛନ୍ତି ନା ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନଥିବାବେଳେ, ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ ।

Leave A Reply

Your email address will not be published.