Latest Odisha News

BREAKING NEWS

ଜୟ ଭୀମ ଫିଲ୍ମର ଏକ ଦୃଶ୍ୟକୁ ନେଇ ତେଜିଲା ବିବାଦ

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ପ୍ରକାଶ ରାଜ ଅଭିନୀତ ଜୟ ଭୀମ ଫିଲ୍ମର ଏକ ଦୃଶ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ଦୃଶ୍ୟରେ ପ୍ରକାଶ ରାଜ ଜଣେ ବୟସ୍କ ବ୍ୟକ୍ତିଙ୍କୁ ହିନ୍ଦୀ କାହିଁକି କହିଲ ବୋଲି କହି ଚାପୁଡା ମାରୁଛନ୍ତି । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା ପରେ ଏ ନେଇ ଆଲୋଚନା ଜୋର ଧରିଛି । କେତେକ ୟୁଜର୍ସ ଏହି ଦୃଶ୍ୟକୁ ହଟାଇବା ପାଇଁ ଦାବୀ କରିଛନ୍ତି ।

ତେବେ ଏହା ସପକ୍ଷରେ ବି ୟୁଜର୍ସମାନେ ଯୁକ୍ତି କରିଛନ୍ତି । ସମ୍ପୂର୍ଣ୍ଣ ଫିଲ୍ମ ନ ଦେଖି ମତ ଦେବା ଉଚିତ ନୁହେଁ । ଫିଲ୍ମରେ ହିନ୍ଦୀ କହି ପ୍ରକାଶ ରାଜ କବଳରୁ ଖସିିଯିବା ପାଇଁ ବ୍ୟକ୍ତିଜଣକ ଚେଷ୍ଟା କରୁଥିଲେ । ସେ ଏହାକୁ ଧରିଦେବା ପରେ ତାଙ୍କୁ ଚାପୁଡା ମାରି ତାମିଲରେ କହିବା ପାଇଁ କହିଥିଲେ । ସୋସିଆଲ ସାଇଟରେ ଏହାକୁ ଭୁଲ ଭାବେ ପରିବେଷଣ କରାଯାଉଛି ବୋଲି ଆଉ କେତେକ ୟୁଜର୍ସ କହିଛନ୍ତି ।

Comments are closed.