Latest Odisha News

ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ର ଦ୍ୱିତୀୟ ଦିନରେ ପରୀକ୍ଷଣ ସଫଳ

ଭଦ୍ରକ : ଭଦ୍ରକ ଧାମରା ଏପିଜେ ଅବଦୁଲ କାଲାମ ଦୀପରୁ ପ୍ରଳୟ’ ମିଜାଇଲ ପରୀକ୍ଷଣ ସଫଳ ହୋଇଛି । ଗୁରୁବାର ସକାଳ ୯.୩୦ ସମୟରେ ଦ୍ୱିତୀୟ ଦିନ ପାଇଁ କ୍ଷେପଣାସ୍ତ୍ର ‘ପ୍ରଳୟର’ ପରୀକ୍ଷଣ କରାଯାଇଛି ।

୫୦୦ କିଲୋମିଟର ଫ୍ଲାଟଫର୍ମ ସହିତ କ୍ଷେପଣାସ୍ତ୍ରର ବିକାଶମୂଳକ ପରୀକ୍ଷଣ ସଫଳ ହୋଇଥିଲା । ମିଜାଇଲର ଲମ୍ବ ଦଶ ମିଟର ଓଜନ ପାଞ୍ଚ ଟନ୍ ରହିଛି । ପ୍ରଳୟ ହେଉଛି ଭାରତର ପାରମ୍ପରିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ।

ଭାରତରେ ଆଗରୁ କୌଣସି ପାରମ୍ପରିକ ବାଲାଷ୍ଟିକ କ୍ଷେପଣାସ୍ତ୍ର ନଥିଲା । ପ୍ରଥମ ଥର ପାଇଁ ପାରମ୍ପରିକ ବାଲାଷ୍ଟିକ କ୍ଷେପଣାସ୍ତ୍ର ଦୁଇଟି ପରୀକ୍ଷଣ ସଫଳତାର ସହ କରାଯାଇଛି ।

Comments are closed.