Latest Odisha News

କଂଗ୍ରେସ, ରାହୁଲଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାନ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାନ ସୋମବାର ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ ଏହି ବୟାନରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଏବଂ ତାଙ୍କ ଟିମ କୌଣସି ନା କୌଣସି ବାହାନରେ ଦେଶକୁ ଭାଙ୍ଗିବାକୁ ଚାହୁଁଛନ୍ତି । ସେତେବେଳର କଂଗ୍ରେସ ଓ ଏବେକାର ମଧ୍ୟରେ ଆକାଶ ପାତାଳ ଫରକ ରହିଛି । ୩୨ ବର୍ଷ ହେବ ମୁଁ କଂଗ୍ରେସରେ ରହିଛି । ଏବେ କିନ୍ତୁ କଂଗ୍ରେସ ଖରାପ ସ୍ଥିତିରେ ରହିଛି । ରାମ ମନ୍ଦିରକୁ ନେଇ ଯେତେବେଳେ ନିଷ୍ପତି ଆସିଲା ସେତେବେଳେ ରାହୁଲ ତାଙ୍କ ନିକଟତମ ବ୍ୟକ୍ତିଙ୍କୁ ନେଇ ଏକ ବୈଠକ କରିଥିଲେ । କଂଗ୍ରେସ ସରକାରକୁ ଆସିଲେ ଏକ ସୁପରପାୱାର କମିଟି ଗଠନ କରାଯିବ ।

BjdElectrycity

ଶାହ ବାନୋଙ୍କ କେସକୁ ଯେପରି ରାଜୀବ ଗାନ୍ଧୀ ବଦଳାଇ ଦେଇଥିଲେ ଆମେ ମଧ୍ୟ ରାମ ମନ୍ଦିର ନିଷ୍ପତିକୁ ଓଲଟାଇ ଦେବୁ । କଂଗ୍ରେସ ପାର୍ଟିର ସ୍ଥାପନା ବେଳେ ଅନେକ ଦେଶଭକ୍ତ ନେତା ଏଥିରେ ଥିଲେ । ସେମାନେ ଦେଶକୁ ବାନ୍ଧିବାକୁ ଚେଷ୍ଟା କରୁଥିବା ବେଳେ ଏବେକାର ନେତା ଭାଙ୍ଗୁଛନ୍ତି । ଜାତି, ଧର୍ମ, ଭାଷା ଓ ଆଂଚଳିକ ଭିତିରେ ରାହୁଲ ଏବଂ ତାଙ୍କ ଟିମକୁ ଦେଶକୁ ଭାଗ କରିବାକୁ ଚାହୁଁଛନ୍ତି । ଜୁନ ୪ ପରେ କଂଗ୍ରେସ ଦୁଇ ଫାଳ ହୋଇଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.